ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁୁ ଘଟଣା : ଅଟକ ସ୍ଵାମୀଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ଭାବେ ମୃତ ଉଦ୍ଧାର କରାଯାଇଥିଲା । ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତା ବିଲାସିନିଙ୍କ ବାପା ଡିଙ୍ଗର ବୁଡେକ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଶୁକ୍ରବାର ବିଲାସିନୀଙ୍କ ସ୍ଵାମୀ ନରେନ୍ଦ୍ର ବନଗୁଲାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ପୋଲିସ ଅଭିଯୋଗ ପାଇବା ପରେ ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଶୁକ୍ରବାର ଗିରଫ କରି କୋର୍ଟ ଚାଲଣା କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରାଧିନ ଜେଲକୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.