jayashree

ପ୍ରେମିକାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ସରମଦ (୨୮) । ତାଙ୍କ ଘର କାଦୋପଡା ପାଟଣାଗଡ଼ ବୋଲି ଜଣାପଡିଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, କରମତଳା ଗ୍ରାମର ଜୈନିକା ଯୁବତୀ (ଛଦ୍ମନାମ) ମିନାକ୍ଷୀ ଏବଂ ପାଟଣାଗଡ଼ କାଦୋପଡାର ମହମ୍ମଦ ସରମଦ ନାମକ ଯୁବକଙ୍କ ମଧ୍ୟରେ ଦୀର୍ଘ ୭ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ମୁସଲମାନ ସମ୍ପ୍ରଦାୟ ପରିବାରର ଅଟନ୍ତି । ଏନେଇ ପ୍ରେମିକା ମିନାକ୍ଷୀ ବାରମ୍ବାର ବିବାହ ପାଇଁ ପ୍ରେମିକଙ୍କୁ କହି ଆସୁଥିବା ବେଳେ ପ୍ରେମିକ ଜଣକ ମିଥ୍ୟା ପ୍ରତିଶୃତି ଦେଇ ମିନାକ୍ଷୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ରଖି ଆସୁଥିଲା । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପ୍ରେମିକା ଜଣକ ସଇଁତଲା ଥାନାରେ ଲିଖିତ ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି କରି ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏସ୍‌ଆଇ କାଜଲ ବାଗ ଘଟଣାର ତଦନ୍ତ କରି ଥାନା କେସ ନଂ ୧୪୯/୨୩ରେ ଏକ ମାମଲା ରୁଜୁ କରି ଉଭୟ ପ୍ରେମୀ ଯୁଗଳଙ୍କୁ ଡାକ୍ତରୀ ମାଇନା କରି ଅଭିଯୁକ୍ତ ମହମ୍ମଦଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା ।

Leave A Reply

Your email address will not be published.