ଯୁକ୍ତ ୩ ବାଣିଜ୍ୟର ପ୍ରଥମ ସେମିଷ୍ଟାରରେ ସିଏନ୍‌ସି ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ରାଜେନ୍ଦ୍ର ୟୁନିଭର୍‌ସିଟିରେ ସିଏନ୍‌ସି ଛାତ୍ର ଅଭିଷେକ ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟିର ଯୁକ୍ତ ୩ ବାଣିଜ୍ୟର ପ୍ରଥମ ସେମିଷ୍ଟାର ଫଳାଫଳ ପ୍ରକାଶ ପାଇଥିବା ବେଳେ ନାଇସ୍‌ କଲେଜ୍‌ ଅଫ୍‌ କମର୍ସ (ସିଏନ୍‌ସି)ର ଛାତ୍ରଛାତ୍ରୀ ଏଥିରେ ବାଜିମାତ୍‌ କରିଥିବା ଦେଖିବାକୁ ମିଳିଛି । ସିଏନ୍‌ସି ଛାତ୍ର ଅଭିଷେକ କୁମାର ଅଗ୍ରୱାଲ ୯.୮୨ ଏସ୍‌ଜିପିଏ୍‌ ରଖି ରାଜେନ୍ଦ୍ର ୟୁନିଭର୍‌ସିଟିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିଏନ୍‌ସି ଛାତ୍ରୀ ନିଶା ବାଇ ୯.୭୩ ଏସ୍‌ଜିପିଏ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସୂଚନା ଅନୁସାରେ ସିଏନ୍‌ସି.ର ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ୧୯ ଜଣ ଛାତ୍ରଛାତ୍ରୀ ୯ରୁ ଅଧିକ ଏସ୍‌ଜିପିଏ ରଖିଥିବା ବେଳେ ୧୮ ଜଣ ଛାତ୍ରଛାତ୍ରୀ ୮ରୁ ଅଧିକ ଏସ୍‌ଜିପିଏ ରଖିଛନ୍ତି । ବାକି ଦୁଇଜଣଙ୍କ ମଧ୍ୟରୁ ଜଣେ ୭.୭୩ ଏବଂ ଅନ୍ୟ ଜଣେ ୬.୭୩ ଏସ୍‌ଜିପିଏ ରଖିଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ଯୋଗୁଁ ସିଏନ୍‌ସି.ର ନିର୍ଦ୍ଦେଶକ, ଅଧ୍ୟାପକ, ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.