ତମାମୁରା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟରର ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ତମାମୁରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଲିଲ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ତମାମୁରା ସରପଞ୍ଚ ନିତା ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ତମାମୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସୃଜନଶୀଳତାର ବିକାଶ ପାଇଁ ସୁରଭି କାର୍ଯ୍ୟକ୍ରମର ଭୂମିକା ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ବିକାଶ କମିଟି ସଭ୍ୟ ବଳିଷ୍ଠ ପଧାନ, ତମାମୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫଗୁନୁ ନାଏକ, ଶୁଖା ସିଆରସିସି ସୁରେଶ ନାୟକ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ । କ୍ଲଷ୍ଟରର ୧୦ ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପ କନିଷ୍ଠ, କନିଷ୍ଠ, ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନା ଲିଖନ, ସୃଜନଶୀଳ ଲିଖନ, କୁଇଜ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ଗଳ୍ପକଥନ, ଗଣିତ ଦୌଡ଼, ପ୍ରବନ୍ଧ ଲିଖନ, ତର୍କ, ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭୋଇ, ଶଶୀଭୂଷଣ ଭୋଇ, ପ୍ରମୋଦ ଭୋଇ, ରବୀନ୍ଦ୍ର କୁମ୍ଭାର, ରଞ୍ଜନ ରାଉତ, ଶିକ୍ଷକ ଚିନ୍ମୟ ସାହୁ, ଶୋଭାଚନ୍ଦ୍ର ବାରିକ, ମାନଭଂଜନ ପଣ୍ଡା, କୃଷ୍ଣଚନ୍ଦ୍ର ତଣ୍ଡକାର, ପ୍ରଦୀପ ଭୁକ୍ତା, ପ୍ରକାଶ ପଧାନ, ସୂର୍ଯ୍ୟନାରାୟଣ ପଣ୍ଡା, ଶୁଭେନ୍ଦୁ ସେଠି, ଆନନ୍ଦ ପଧାନ, ମନୋହର ଦୀପ, ଜିତେନ୍ଦ୍ରିୟ ମହାରଣା, ଜୟଲାଲ ବରିହା, ହରିବୋଲ ବରିହା, ସୁରେଶ ପୁରୋହିତ, ବିଜିତାଶ୍ୱ ପଧାନ, ସୀତାରାମ ସାହୁ, ଦେବ ପଧାନ, ଅମୀୟ ସାହୁ, ଋଷଭ ନାଏକ, ସୁରଜ କାଲସାଏ, ବିଶ୍ଵାମିତ୍ର ଥନାପତି, ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ପଣ୍ଡା, ଜୟନ୍ତୀ ଛାନ୍ଦ, କଳ୍ପନା ପଧାନ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବରିଷ୍ଠ ଶିକ୍ଷକ ଧ୍ରୁବ ବାରିକ ପରିଚାଳନା କରିଥିବା ବେଳେ ସୁବ୍ରତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.