oom

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

jsmm

ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ତଥା ସଂଖ୍ୟା ଜ୍ଞାନର ଶିକ୍ଷଣ କାର୍ଯ୍ୟ ପରିଚାଳନା ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଏହିପରି ସାମଗ୍ରୀର ବ୍ୟବହାର ଦ୍ଵାରା ଶିକ୍ଷ।ର୍ଥୀଙ୍କ ଶିକ୍ଷଣ ଆନନ୍ଦଦାୟକ, ଆଗ୍ରହଦ୍ଦୀପକ ହେବା ସଙ୍ଗେ ସଙ୍ଗେ ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇପାରିବ । ଏହି କାର୍ମଶାଳାରେ ଶିକ୍ଷକ ତ୍ରିନାଥ ପାତ୍ର, ଇତିଶ୍ରୀ ଦାଶ, କଳ୍ପନା ପଟେଲ, ପ୍ରଣତୀ ପୁରୋହିତ, ସିପିକା ସ୍ଵାଇଁ, ସୁଜାତା ଦାସ, ରୀତା ଦାଙ୍ଗ, ଲିଲି ସାହୁ, ଶ୍ରଦ୍ଧାଞ୍ଜଳି ଭୋ, ପବିତ୍ର କୁମାର ଭାଟି, ବସନ୍ତ ରାଉତ, ମହାଦେବ ମହାକୁର ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.