କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରକୁ ସ୍ୱଚ୍ଛତା ରଖିବା ପାଇଁ ପ୍ରତି ରବିବାରର ଏକ ଘଣ୍ଟା ସହର ପାଇଁ ସମର୍ପିତ କରିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ନିୟମିତ କାର୍ଯ୍ୟକ୍ରମରୁ ଟିକିଏ ଅଲଗା ହୋଇ ମତ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ ଷ୍ଟିଲ କ୍ଲବ ଠାରେ ଆୟୋଜନ କରିଥିଲା । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସଙ୍କ ମାଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ଈଭେଣ୍ଟ ମ୍ୟାନେଜର ଅଶୋକ ପଟେଲଙ୍କ ନେତୃତ୍ୱରେ ସର୍ବଶ୍ରୀ ପ୍ରଦୀପ ପଟ୍ଟନାୟକ, ପ୍ରଦୀପ୍ତ ଭୋଈ, ମନୋଜ ନାୟକ, ଅକ୍ଷୟ ଜେନା ଓ ସୁମନ୍ତ ଉପାଧ୍ୟାୟ ଇତ୍ୟାଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେକ୍ଟର -୯ ଷ୍ଟିଲ କ୍ଲବ ଠାରେ କୋଭିଡ ନିୟମର ସମସ୍ତ ନିୟମ ଅନୁଯାୟୀ ସଦସ୍ୟ ଓ ସେମାନଙ୍କ ପରିବାର ବର୍ଗ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା । ସଦସ୍ୟମାନଙ୍କ ମଧ୍ୟରେ ଅନେକ କୌତୁକ ପ୍ରତିଯୋଗିତା ପ୍ରଫୁଲ୍ଲ ପାତ୍ରଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ପରିଚାଳିତ ହୋଇଥିଲା । ଏଥିରେ ସବୁ ବୟସର ପିଲାମାନେ ଭରପୂର ମଜା ନେଇ ଥିଲେ । ବୟୋଜ୍ୟେଷ୍ଠ ନାଗରିକ ଓ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ଓ କୃତିବାସ ମିଶ୍ରଙ୍କୁ ଆୟୋଜକ କମିଟି ତରଫରୁ ବିଭୂତି ଭୂଷଣ ବିଶ୍ୱାଳ ସମ୍ମାନିତ କରିଥିଲେ । ଗତ କୋଭିଡରେ ଆଖି ବୁଜି ଥିବା ବରିଷ୍ଠ ସଦସ୍ୟ ସ୍ୱର୍ଗୀୟ ସୁବାଷ ସିଂହଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାସହ ଉପସ୍ଥିତ ସଭ୍ୟ ସଭ୍ୟାଙ୍କ ମଧ୍ୟରେ ମତ ବିନିମୟ, ବୌଦ୍ଧିକ ପରୀକ୍ଷା, କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂଗଠନ ସଂପାଦକ ହିମାଂଶୁ ମହାପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

Leave A Reply

Your email address will not be published.