oom

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ଉପସ୍ଥିତିରେ ବରଗଡର ପାଇକମାଲ ମଧ୍ୟମ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ସିଭିକ୍ ଆକ୍ସନ ପ୍ରୋଗ୍ରାମରେ ସ୍କିପିଙ୍ଗ୍ ଦଉଡି, ଫୁଟବଲ୍, ଫୁଟବଲ୍ ଗୋଲ୍ ପୋଷ୍ଟ ନେଟ୍‌ ଇତ୍ୟାଦି ସ୍କୁଲ ଛାତ୍ର ଏବଂ ପାଇକମାଲର କ୍ଲବ ସଦସ୍ୟମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ସିଭିକ୍ ଆକ୍ସନ୍ ପ୍ରୋଗ୍ରାମ ସମୟରେ ସିଆର୍‌ପିଏଫ୍‌ର ଅଧିକାରୀ, କର୍ମଚାରୀ ଓ ଯବାନମାନେ ଉପସ୍ଥିତ ଥିବା ବେଳେ ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.