ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ପାଳିତ ହୋଇଯାଇଛି ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । ୧୫୧ ଫୁଟ୍‌ ଚୁନରୀକୁ ନେଇ ମହିଳାମାନେ ସହର ସାରା ପରିକ୍ରମା କରିବା ପରେ ଦେବୀଙ୍କଠାରେ ଲାଗି କରାଯାଇଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଶ୍ରଦ୍ଧା ଓ ଭକ୍ତିର ସହ ବହୁ ଆଡମ୍ବର ସହକାରେ ପାଳନ ହୋଇଯାଇଛି ରାଣୀ ସତୀ ଦେବୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । ୧୦ ଦିନ ଧରି ଚାଲିଥିବା ଏହି ଉତ୍ସବରେ ୧୫୧ ଫୁଟ ଲମ୍ବର ଚୁନରୀ ଶୋଭାଯାତ୍ରା କରାଯିବା ପରେ ମାଆଙ୍କ ପାଖରେ ଲାଗି ହୋଇଛି । ବିଶ୍ୱ ଶାନ୍ତି ପାଇଁ ଦାଦି ମାଆଙ୍କ ପାଖରେ ମହିଳାମାନେ ପୂଜାର୍ଚ୍ଚନା କରିଛନ୍ତି । ଟିଟିଲାଗଡ଼ରେ ମାରୱାଡ଼ି ସମ୍ପ୍ରଦାୟ ମହିଳାମାନେ ଅତି ଶ୍ରଦ୍ଧା ଓ ଭକ୍ତିର ସହ ଏହାକୁ ପାଳନ କରିଥାନ୍ତି । ସତୀ ଦେବୀ ଦାଦି ମାଆଙ୍କ ମାନ୍ୟତା ଅଛି ଯେ ଏହି ଟୋକେଇ ଧରି ଆସୁଥିବା ମହିଳାଙ୍କ ପରିବାରରେ ସୁଖଶାନ୍ତି ଆସିଥାଏ ଏବଂ ତାଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ସେହିପରି ପୂଜାର୍ଚ୍ଚନା କରାଯାଇ ମାଆଙ୍କଠାରେ ଚୁନରୀ ଲାଗି ହୋଇଥାଏ । ଚଳିତ ବର୍ଷ ୧୫୧ ଫୁଟ୍‌ର ଚୁନରୀ ଦାଦି ମାଆଙ୍କଠାରେ ଲାଗି ହୋଇଥିଲା । ଯେଉଁଥିରେ ୧୫୧ ଜଣ ମହିଳା ଏହି ଚୁନରୀକୁ ମୁଣ୍ଡ ଉପରେ ନେଇ ସହର ପରିକ୍ରମା କରିଥିଲେ । ପୁଣି ମନ୍ଦିରକୁ ଫେରି ମାଆଙ୍କଠାରେ ଲାଗି କରିଥିଲେ । ସେହିପରି ଏହି ଅବସରରେ ପ୍ରତିଦିନ ରାଣୀ ସତୀ ଶକ୍ତି ପୀଠ ମହିଳା ମଣ୍ଡଳ ଦ୍ଵାରା ଛପନ ଭୋଗ ପ୍ରସ୍ତୁତ କରାଯାଇ ମାଆଙ୍କଠାରେ ଲାଗି ହୋଇଥିଲା । ଏଥିସହ ଏହି ୧୦ ଦିନ ମହିଳାମାନଙ୍କ ସ୍ୱାରା ଭଜନ କୀର୍ତ୍ତନର ମଧ୍ୟ ଆୟୋଜନ ହୋଇଥିଲା । ତେବେ ଏହି ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭଗବତୀ ଚାରିଟେବୁଲ୍ ଟ୍ରଷ୍ଟ ପ୍ରବକ୍ତା ସନ୍ତୋଷ କୁମାର କେଜ୍ରିୱାଲ, ରାଣୀ ସତୀ ମନ୍ଦିର କମିଟି ଅଧ୍ୟକ୍ଷ ସୁରଜ ମଲ୍ ସୋନି ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Leave A Reply

Your email address will not be published.