oum

ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍‌ ତାଲିକା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତ ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+୫୯ = ୧୦୭, ସମୁଦାୟ ମହାନଗର ନିଗମ-୩, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା-୧୭୬୩, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍‌ ସଂଖ୍ୟା-୩୧୭୭, ମହାନଗର ନିଗମ ସମୁଦାୟ ୱାର୍ଡ ସଂଖ୍ୟା-୧୬୮, ମହାନଗର ନିଗମର ସମୁଦାୟ ବୁଥ୍‌ ସଂଖ୍ୟା ୧୪୦୭, ୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍‌ ସଂଖ୍ୟା ହେଉଛି ୪୫୮୪ । ଏହାର ଜିଲ୍ଲାୱାରୀ ବୁଥ୍‌ ଓ ୱାର୍ଡ ସଂଖ୍ୟା ହେଉଛି :

ଅନୁଗୋଳ ଜିଲ୍ଲାର ଅନୁଗୋଳ ମ୍ୟୁନିସିପାଲିଟିରେ ୨୩ଟି ୱାର୍ଡ ଓ ୪୦ଟି ବୁଥ୍‌, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୨ଟି ବୁଥ୍‌, ତାଳଚେର ମ୍ୟୁନିସିପାଲିଟିର ୨୧ଟି ୱାର୍ଡ ଓ ୩୨ଟି ବୁଥ୍‌ ରହିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ଟି ୱାର୍ଡ ଓ ୨୨ଟି ବୁଥ୍‌, କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ଟି ୱାର୍ଡ ଓ ୨୫ଟି ବୁଥ୍‌, ତୁମୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୧ଟି ବୁଥ୍‌, ବଲାଙ୍ଗିର ମ୍ୟୁନିସିପାଲିଟିର ୨୧ଟି ୱାର୍ଡ ଓ ୮୪ଟି ବୁଥ୍‌, ଟିଟିଲାଗଡ଼ ମ୍ୟୁନିସିପାଲିଟିର ୧୫ଟି ୱାର୍ଡ ଓ ୨୮ଟି ବୁଥ୍‌ ରହିଛି । ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ମ୍ୟୁନିସିପାଲିଟିର ୩୧ଟି ୱାର୍ଡ ଓ ୯୮ଟି ବୁଥ୍‌, ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡ ଓ ୨୪ଟି ବୁଥ୍‌, ସୋର୍‌ ମ୍ୟୁନିସିପାଲିଟିର ୧୯ଟି ୱାର୍ଡ ଓ ୩୮ଟି ବୁଥ୍‌, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୧୫ଟି ବୁଥ୍‌, ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୩୬ଟି ବୁଥ୍‌ ରହିଛି । ବରଗଡ଼ ଜିଲ୍ଲାର ବରଗଡ଼ ମ୍ୟୁନିସିପାଲିଟିର ୧୯ଟି ୱାର୍ଡ ଓ ୭୪ଟି ବୁଥ୍‌, ବରପାଲୀ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୯ଟି ବୁଥ୍‌, ପଦ୍ମପୁର ଏନ୍‌ଏସିର ୧୧ଟି ୱାର୍ଡ ଓ ୧୭ଟି ବୁଥ୍‌, ବିଜେପୁର ଏନ୍‌ଏସିର ୧୧ଟି ୱାର୍ଡ ଓ ୧୧ଟି ବୁଥ୍‌ ରହିଛି । ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁର ମ୍ୟୁନିସିପାଲିଟିର ୨୩ଟି ୱାର୍ଡ ଓ ୩୬ଟି ବୁଥ୍‌, ଭଦ୍ରକ ମ୍ୟୁନିସିପାଲିଟିର ୩୦ଟି ୱାର୍ଡ ଓ ୮୩ଟି ବୁଥ୍‌, ଚାନ୍ଦବାଲି ଏନ୍‌ଏସିର ୧୫ଟି ୱାର୍ଡ ଓ ୨୫ଟି ବୁଥ୍‌, ଧାମନଗର ଏନ୍‌ଏସିର ୧୧ଟି ୱାର୍ଡ ଓ ୨୦ଟି ବୁଥ୍‌ ରହିଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ଏନ୍‌ଏସିର ୧୭ଟି ୱାର୍ଡ ଓ ୧୭ଟି ବୁଥ୍‌ ରହିଛି । କଟକ ଜିଲ୍ଲାର ଆଠଗଡ଼ ଏନ୍‌ଏସିର ୧୮ଟି ୱାର୍ଡ ଓ ୧୮ଟି ବୁଥ୍‌, ବାଙ୍ଗି ଏନ୍‌ଏସିର ୧୭ଟି ୱାର୍ଡ ଓ ୧୮ଟି ବୁଥ୍‌, ଚୌଦ୍ୱାର ମ୍ୟୁନିସିପାଲିଟିର ୧୯ଟି ୱାର୍ଡ ଓ ୩୮ଟି ବୁଥ୍‌ ରହିଛି । ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡ଼ ମ୍ୟୁନିସିପାଲିଟିର ୧୧ଟି ୱାଡର଼୍ ଓ ୨୧ଟି ବୁଥ୍‌ ରହିଛି । ଢେ଼ଙ୍କାନାଳ ଜିଲ୍ଲାର ଢେ଼ଙ୍କାନାଳ ମ୍ୟୁନିସିପାଲିଟିର ୨୩ଟି ୱାର୍ଡ ଓ ୫୨ଟି ବୁଥ୍‌, ଭୂବନ ଏନ୍‌ଏସିର ୧୫ଟି ୱାର୍ଡ ଓ ୧୮ଟି ବୁଥ୍‌, କାମାକ୍ଷନଗର ଏନ୍‌ଏସିର ୧୫ଟି ୱାର୍ଡ ଓ ୧୬ଟି ବୁଥ୍‌ ରହିଛି ।

ସେହିପରି ଗଜପତି ଜିଲ୍ଲାର କାଶିନଗର ଏନ୍‌ଏସିର ୧୩ଟି ୱାର୍ଡ ଓ ୧୩ଟି ବୁଥ୍‌, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ୧୬ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି । ଗଞ୍ଜାମ ଜିଲ୍ଲାର ଆସ୍କା ଏନ୍‌ଏସିର ୧୮ଟି ୱାର୍ଡ ଓ ୨୧ଟି ବୁଥ୍‌, ବେଲଗୁଣ୍ଠା ଏନ୍‌ଏସିର ୧୩ଟି ୱାର୍ଡ ଓ ୧୪ଟି ବୁଥ୍‌, ଭଞ୍ଜନଗର ଏନ୍‌ଏସିର ୧୫ଟି ୱାର୍ଡ ଓ ୨୧ଟି ବୁଥ୍‌, ବୁଗୁଡ଼ା ଏନ୍‌ଏସିର ୧୩ଟି ୱାର୍ଡ ଓ ୧୭ଟି ବୁଥ୍‌, ଛତ୍ରପୁର ଏନ୍‌ଏସିର ୧୪ଟି ୱାଡର଼୍ ଓ ୨୨ଟି ବୁଥ୍‌, ଚିକିଟି ଏନ୍‌ଏସିର ୧୨ଟି ୱାର୍ଡ ଓ ୧୩ଟି ବୁଥ୍‌, ଦିଗପହଣ୍ଡି ଏନ୍‌ଏସିର ୧୧ଟି ୱାର୍ଡ ଓ ୧୪ଟି ବୁଥ୍‌, ଗଞ୍ଜାମ ଏନ୍‌ଏସିର ୧୨ଟି ୱାର୍ଡ ଓ ୧୨ଟି ବୁଥ୍‌, ଗୋପାଳପୁର ଏନ୍‌ଏସିର ୧୧ଟି ୱାଡର଼୍ ଓ ୧୧ଟି ବୁଥ୍‌, ହିଞ୍ଜିଳିକାଟ ମ୍ୟୁନିସିପାଲିଟିର ୨୧ଟି ୱାର୍ଡ ଓ ୨୩ଟି ବୁଥ୍‌, କବିସୂର୍ଯ୍ୟନଗର ଏନ୍‌ଏସିର ୧୮ଟି ୱାର୍ଡ ଓ ୧୯ଟି ବୁଥ୍‌, ଖଲିକୋଟ ଏନ୍‌ଏସିର ୧୨ଟି ୱାର୍ଡ ଓ ୧୩ଟି ବୁଥ୍‌, କୋଦଳା ଏନ୍‌ଏସିର ୧୩ଟି ୱାର୍ଡ ଓ ୧୫ଟି ବୁଥ୍‌, ପୋଲସରା ଏନ୍‌ଏସିର ୧୯ଟି ୱାର୍ଡ ଓ ୨୧ଟି ବୁଥ୍‌, ପୁରୁଷୋତ୍ତମପୁର ଏନ୍‌ଏସିର ୧୪ଟି ୱାର୍ଡ, ୧୫ଟି ବୁଥ୍‌, ରମ୍ଭା ଏନ୍‌ଏସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌ ଓ ସରଡ଼ା ଏନ୍‌ଏସିର ୧୧ଟି ୱାର୍ଡ, ୧୩ଟି ବୁଥ୍‌ ରହିଛି ।
ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ମ୍ୟୁନିସିପାଲିଟିର ୨୧ଟି ୱାର୍ଡ, ୩୩ଟି ବୁଥ୍‌, ପାରାଦୀପ ମ୍ୟୁନିସିପାଲିଟିର ୧୯ଟି ୱାର୍ଡ, ୪୬ଟି ବୁଥ୍‌ ରହିଛି । ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ମ୍ୟୁନିସିପାଲିଟିର ୨୬ଟି ୱାର୍ଡ ଓ ୪୪ଟି ବୁଥ୍‌, ଯାଜପୁର ମ୍ୟୁନିସିପାଲିଟିର ୧୮ଟି ୱାର୍ଡ, ୩୬ଟି ବୁଥ୍‌ ରହିଛି । ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟିର ୨୩ଟି ୱାର୍ଡ ଓ ୬୮ଟି ବୁଥ୍‌, ଝାରସୁଗୁଡ଼ା ମ୍ୟୁନିସିପାଲିଟିର ୨୪ଟି ୱାର୍ଡ ଓ ୮୪ଟି ବୁଥ୍‌, ବେଲପାହାଡ଼ ମ୍ୟୁନିସିପାଲିଟିର ୧୯ଟି ୱାର୍ଡ, ୩୫ଟି ବୁଥ୍‌ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମ୍ୟୁନିସିପାଲିଟିର ୨୦ଟି ୱାର୍ଡ, ୫୮ଟି ବୁଥ୍‌, ଧର୍ମଗଡ଼ ଏନ୍‌ଏସିର ୧୪ଟି ୱାର୍ଡ, ୧୪ଟି ବୁଥ୍‌, କେସିଙ୍ଗା ଏନ୍‌ଏସିର ୧୨ଟି ୱାର୍ଡ, ୧୭ଟି ବୁଥ୍‌, ଜୁନାଗଡ଼ ଏନ୍‌ଏସିର ୧୨ଟି ୱାର୍ଡ, ୧୮ଟି ବୁଥ୍‌ ରହିଛି । କନ୍ଧମାଳ ଜିଲ୍ଲାରେ ଜି.ଉଦୟଗିରି ଏନ୍‌ଏସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌, ବାଲିଗୁଡ଼ା ଏନ୍‌ଏସିର ୧୩ଟି ୱାଡର଼୍, ୧୭ଟି ବୁଥ୍‌, ଫୁଲବାଣୀ ମ୍ୟୁନିସିପାଲିଟିର ୧୩ଟି ୱାର୍ଡ, ୨୭ଟି ବୁଥ୍‌ ରହିଛି । ସେହିପରି କେନ୍ଦ୍ରପଡ଼ା ଜିଲ୍ଲାର ପଟାମୁଣ୍ଡାଇ ମ୍ୟୁନିସିପାଲିଟିର ୨୦ଟି ୱାର୍ଡ, ୩୪ଟି ବୁଥ୍‌, କେନ୍ଦ୍ରପଡ଼ା ଜିଲ୍ଲାର କେନ୍ଦ୍ରପଡ଼ା ମ୍ୟୁନିସିପାଲିଟିର ୨୧ଟି ୱାର୍ଡ ଓ ୪୧ଟି ବୁଥ୍‌ ରହିଛି । କେଉଁଝର ଜିଲ୍ଲାର ଆନନ୍ଦପୁର ମ୍ୟୁନିସିପାଲିଟିର ୧୬ଟି ୱାର୍ଡ, ୩୩ଟି ବୁଥ୍‌, ବଡ଼ବିଲ୍‌ ମ୍ୟୁନିସିପାଲିଟିର ୧୫ଟି ୱାର୍ଡ, ୫୭ଟି ବୁଥ୍‌, ଯୋଡ଼ା ମ୍ୟୁନିସିପାଲିଟିର ୧୪ଟି ୱାର୍ଡ, ୩୨ଟି ବୁଥ୍‌, ଚମ୍ପୁଆ ଏନ୍‌ଏସିର ୧୩ଟି ୱାର୍ଡ, ୧୬ଟି ବୁଥ୍‌ ଓ କେଉଁଝର ମ୍ୟୁନିସିପାଲିଟିରେ ୨୧ଟି ୱାର୍ଡ ଏବଂ ୫୦ଟି ବୁଥ୍‌ ରହିଛି । ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମ୍ୟୁନିସିପାଲିଟିର ୨୩ଟି ୱାର୍ଡ, ୫୪ଟି ବୁଥ୍‌, ବାଲୁଗାଁ ଏନ୍‌ଏସିର ୧୧ଟି ୱାର୍ଡ, ୧୬ଟି ବୁଥ୍‌, ବାଣପୁର ଏନ୍‌ଏସିର ୧୫ଟି ୱାର୍ଡ, ୧୭ଟି ବୁଥ୍‌ ରହିଛି । କୋରାପୁଟ ଜିଲ୍ଲାର କୋଟପାଡ଼ ଏନ୍‌ଏସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌, ସୁନାବେଡ଼ା ମ୍ୟୁନିସିପାଲିଟିର ୨୫ଟି ୱାର୍ଡ, ୪୫ଟି ବୁଥ୍‌, ଜୟପୁର ମ୍ୟୁନିସିପାଲିଟିର ୨୧ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି । ମାଲକାନଗିରି ଜିଲ୍ଲାର ମାଲକାନଗିରି ମ୍ୟୁନିସିପାଲିଟିର ୧୯ଟି ୱାର୍ଡ, ୩୦ଟି ବୁଥ୍‌ ଓ ବାଲିମେଳା ଏନ୍‌ଏସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌ ରହିଛି ।
ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମ୍ୟୁନିସିପାଲିଟିର ୧୫ଟି ୱାର୍ଡ, ୨୨ଟି ବୁଥ୍‌, ଉଦଳା ଏନ୍‌ଏସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌, ବାରିପଦା ମ୍ୟୁନିସିପାଲିଟିର ୨୮ଟି ୱାର୍ଡ, ୮୨ଟି ବୁଥ୍‌ ଓ କରଞ୍ଜିଆ ଏନ୍‌ଏସିର ୧୫ଟି ୱାର୍ଡ, ୨୦ଟି ବୁଥ୍‌ ରହିଛି । ସେହିପରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏନ୍‌ଏସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌, ନୟାଗଡ଼ ମ୍ୟୁନିସିପାଲିଟିର ୧୬ଟି ୱାର୍ଡ, ୨୫ଟି ବୁଥ୍‌, ରଣପୁର ଏନ୍‌ଏସିର ୧୫ଟି ୱାର୍ଡ, ୧୬ଟି ବୁଥ୍‌ ଓ ଦଶପଲ୍ଲା ଏନ୍‌ଏସିର ୧୬ଟି ୱାର୍ଡ ଏବଂ ୧୬ଟି ବୁଥ୍‌ ରହିଛି । ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମ୍ୟୁନିସିପାଲିଟିର ୧୭ଟି ୱାର୍ଡ, ୨୯ଟି ବୁଥ୍‌ ଓ ଉମରକୋଟ ମ୍ୟୁନିସିପାଲିଟିର ୧୪ଟି ୱାର୍ଡ ଓ ୨୭ଟି ବୁଥ୍‌ ରହିଛି । ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନ୍‌ଏସିର ୧୪ଟି ୱାର୍ଡ, ୧୪ଟି ବୁଥ୍‌, ଖରିଆର ରୋଡ୍‌ ଏନ୍‌ଏସିର ୧୯ଟି ୱାର୍ଡ, ୧୯ଟି ବୁଥ୍‌ ଓ ଖରିଆର ଏନ୍‌ଏସିର ୧୩ଟି ୱାର୍ଡ, ୧୪ଟି ବୁଥ୍‌ ରହିଛି । ପୁରୀ ଜିଲ୍ଲାର କୋଣାର୍କ ଏନ୍‌ଏସିର ୧୩ଟି ୱାର୍ଡ, ୧୫ଟି ବୁଥ୍‌ ଏବଂ ପୁରୀ ମ୍ୟୁନିସିପାଲିଟିର ୩୨ଟି ୱାର୍ଡ, ୧୩୫ଟି ବୁଥ୍‌ ରହିଛି ।

ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଏନ୍‌ଏସିର ୧୧ଟି ୱାର୍ଡ, ୧୧ଟି ବୁଥ୍‌, ରାୟଗଡ଼ା ମ୍ୟୁନିସିପାଲିଟିର ୨୪ଟି ୱାର୍ଡ ଓ ୫୯ଟି ବୁଥ୍‌ ରହିଛି । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏନ୍‌ଏସିର ୧୧ଟି ୱାର୍ଡ, ୧୩ଟି ବୁଥ୍‌ ଓ ରେଢ଼ାଖୋଲ ଏନ୍‌ଏସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌, ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟିର ୧୫ଟି ୱାର୍ଡ, ୨୧ଟି ବୁଥ୍‌, ତରଭା ଏନ୍‌ଏସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌ ଓ ବିନିକା ଏନ୍‌ଏସିର ୧୨ଟି ୱାର୍ଡ, ୧୫ଟି ବୁଥ୍‌ ରହିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମ୍ୟୁନିସିପାଲିଟିର ୧୧ଟି ୱାର୍ଡ, ୨୮ଟି ବୁଥ୍‌, ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ୨୦ଟି ୱାର୍ଡ, ୪୯ଟି ବୁଥ୍‌ ଓ ସୁନ୍ଦରଗଡ଼ ମ୍ୟୁନିସିପାଲିଟିର ୧୯ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି । ୧୦୭ଟି ପୌରସଂସ୍ଥାରେ ମୋଟରେ ୧୭୬୩ଟି ୱାର୍ଡ, ୩୧୭୭ଟି ବୁଥ୍‌ ରହିଛି । ସେହିପରି ତିନିଗୋଟି ମହାନଗର ନିଗମର ସମୁଦାୟ ୧୬୮ଟି ୱାର୍ଡ ଓ ୧୪୦୭ଟି ବୁଥ୍‌ ରହିଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ, ୪୫୨ଟି ବୁଥ୍‌, ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ, ୨୫୦ଟି ବୁଥ୍‌ ଓ ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, ୭୦୫ଟି ବୁଥ୍‌ରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.