ପୌର ନିର୍ବାଚନ ପାଇଁ ବାଟ ଫିଟିଲା : ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ତାଲିକା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ଦିଆଯାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରର ମହିଳାଙ୍କ ପାଇଁ ସିଟ୍‌ ସଂରକ୍ଷିତ ରହିଛି । ଅନ୍ୟପଟେ କଟକ ମେୟର ଆସନ ଅଣସଂରକ୍ଷିତ ରହିଛି । ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ୨୦୧୧ ଜନଗଣନା ଅନୁଯାୟୀ ୱାର୍ଡ ସୀମା- ପୁନଃ ନିର୍ଦ୍ଧାରଣ ହୋଇଛି । ୫ଟି ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ସୀମା ପୁନଃ ନିର୍ଦ୍ଧାରଣ ହୋଇଛି । ଅଣ-ସୂଚୀତ ଅଞ୍ଚଳରେ ରହିବନି ଓବିସି ସଂରକ୍ଷଣ ବୋଲି କୁହାଯାଇଛି ।

Leave A Reply

Your email address will not be published.