ପୁରା ସମ୍ମାନର ସହ କିଟ୍‌ରେ ପଢିବେ ନେପାଳର ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ସେମାନେ ଏଠାରେ ପଢିବେ । ରାଜ୍ୟ ସରକାର ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖି ପଦକ୍ଷେପ ନେଉଛନ୍ତି ଏବଂ ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଭରସା ଓ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.