om academy

ପାଇକମାଲ ଥାନାରେ ସାମ୍ବାଦିକ ସମ୍ମିଳନୀ : ୩ଟି ଚୋରି କେସରେ ୮ ଜଣ ଗିରଫ

jsm
  • ୧ଲକ୍ଷ ୧୦ ହଜାର ଟଙ୍କାର ସାମଗ୍ରୀ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ୩ଟି ଚୋରି କେସର ତଦନ୍ତ କରି ପାଇକମାଲ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ମଙ୍ଗଳବାର ଏନେଇ ପାଇକମାଲ ଥାନାରେ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । କେସ ନମ୍ବର ୧୬୪/୨୧ରେ ପଲସଦା ପଞ୍ଚାୟତ ଗୋଦାମରୁ ୩୦ ପ୍ୟାକେଟ ପିଡିଏସ୍‌ ଚାଉଳ ଚୋରି ହୋଇଥିବା ବେଳେ ୨୦ ପ୍ୟାକେଟ ଚାଉଳ ପୋଲିସ ଉଦ୍ଧାର କରିଛି । ସେହିପରି କେସ ନମ୍ବର ୧୭୧/୨୧ରେ ପଲସଦା ପଞ୍ଚାୟତ ପଲ୍ଲିମୁଣ୍ତା ଫାର୍ମହାଉସରୁ ଗୋଟିଏ ମଟର ପମ୍ପ ଓ ଟ୍ରାକ୍ଟର ବ୍ୟାଟ୍ରୀ ଚୋରି ହୋଇଥିଲା । ଏହାକୁ ପାଇକମାଲ ପୋଲିସ ଉଦ୍ଧାର କରିଛି । ସେହିପରି କେସ ନମ୍ବର ୧୭୨/୨୧ରେ ଉକ୍ତ ଫାର୍ମହାଉସରୁ ୨୬୨ ଗୋଟି ଦେଶି କୁକୁଡା ଚୋରି ହୋଇଥିଲା । ତନ୍ମଧ୍ୟରୁ ୧୦୨ଟି କୁକୁଡା ଉଦ୍ଧାର କରାଯାଇଥିଲା । ଏହି ତିନୋଟି କେସରେ ସଂପୃକ୍ତ ଥିବା ଭଗତପୁର ଗ୍ରାମର ଧନେଶ୍ୱର ସାହୁ(୨୩), ସହଦେବ ବରିହା (୨୫), ଭିମ ଏଣ୍ତଜା (୨୬), ସୁରେନ୍ଦ୍ର ପଟେଲ (୨୨), ଗଗନ କୁମାର ସାହୁ (୨୯), ପଲସାଦା ଗ୍ରାମର ସଞ୍ଜିବ ଭଇସାଲ (୨୨), ପଦ୍ମପୁର ବୁଡାମାଲ ଗ୍ରାମର ମାଧବ ବେହେରା (୪୬), ଝିଟିକି ପଞ୍ଚାୟତ ବରପାଲି ଗ୍ରାମର ହୃଷିକେସ ରଣା (୨୩)କୁ ଗିରଫ କରାଯାଇଛି । ଏଥି ସହିତ ଦୁଇଟି ବାଇକ ମଧ୍ୟ ପୋଲିସ ଜବତ କରିଛି । ସାମ୍ବାଦିକ ସମ୍ମିଳନୀରେ ପାଇକମାଲ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧ ଉପସ୍ଥିତ ଥିଲେ ।

1 Comment
  1. mygovindia.in says

    Good

Leave A Reply

Your email address will not be published.