ଘରୁ ଲୁହା ରଡ଼, ସିମେଣ୍ଟ, ପ୍ଳାଏ ଉଡ ଚୋରି ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ପାଇଁ ରଖାଯାଇଥିବା ଉପକରଣକୁ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଘରୁ ସିମେଣ୍ଟ, ଲୁହା ରଡ଼, ପ୍ଳାଏ ଉଡ୍ ଚୋରି ହୋଇଥିବା ନେଇ ଗତକାଲି ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ପର୍ଶୁପାଲି ଗାଁର ସୁଜିତ୍ ପଧାନ କୁତୁର୍ଲା ଧ୍ରୁବ ଆନନ୍ଦ ମହାବିଦ୍ୟାଳୟ ସମ୍ମୁଖରେ ଘର ନିର୍ମାଣ କରୁଛନ୍ତି । ସେହି ଘରେ ସେ ଘର ଉପକରଣ ସାମଗ୍ରୀ ଭାବେ ସିମେଣ୍ଟ, ଲୁହା ରଡ଼, ପ୍ଲାଇ ଉଡ଼ ରଖିଥିଲେ । ହେଲେ ଗତକାଲି ସକାଳେ ଘରକୁ ଯାଇ ଦେଖିବା ବେଳେ ଘରେ ଥିବା ୨.୫ କ୍ଵିଣ୍ଟାଲ ରଡ଼, ୧୦ ପ୍ୟାକେଟ ସିମେଣ୍ଟ ଓ ୧୬ଟି ପ୍ଳାଏଉଡ଼୍ ଘରେ ନଥିଲା । ଫଳରେ ତାହା ଚୋରି ହୋଇଥିବା ସନ୍ଦେହ କରି ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.