
ଲୋଇସିଂହା, (ବିମାଳନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବୁର୍ଡ଼ା ଗ୍ରାମ ପଞ୍ଚାୟତର ପାନୀୟ ଜଳଯୋଗାଣ ପ୍ରକଳ୍ପରୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି ରାତିରେ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଦୁଇଟି ତାଲା ଭଙ୍ଗାଯାଇ ମୁଖ୍ୟ ମୁଖ୍ୟ ବିଦ୍ୟୁତ୍ ଯୋଗାଣର ଭିତର ୱେରିଂର ତାର ଗୁଡ଼ିକୁ ଚୋରମାନେ କାଟି ନେଇ ଯାଇଛନ୍ତି । ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି । ପ୍ରାୟ ମାସକ ପୂର୍ବରୁ ମଧ୍ୟ ଏଠାରେ ସମାନ ଧରଣର ଚୋରି ହୋଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ଢିଲା ପଦକ୍ଷେପ ଯୋଗୁଁ ପୁଣିଥରେ ଏଠାରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ସ୍ଥାନୀୟ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସରପଂଚ ସୁଦିପ କୁମାର ସା ଚେତାବନୀ ଦେଇଛନ୍ତି ।