om academy

ଟ୍ରକ୍‌ ଚୋରି ଅଭିଯୋଗରେ ୪ ଗିରଫ

jsm

କେନ୍ଦୁଝର : କେନ୍ଦୁଝର ସଦରଥାନା ପୋଲିସ ଶନିବାର ଏକ ଟ୍ରକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେମାନେ ହେଲେ ଏମ୍‌ଡି ଶେହଜାଦା ଆଲାମ(୨୩), ସାୟାନୱାଜ ଖାନ(୨୬), ଏମ୍‌ଡି ସାହିଦ ଆଫ୍ରିଦ(୨୫), ଏମ୍‌ଡି ଆସଲାମ(୩୦) । ସେମାନଙ୍କର ଘର ବଡ଼ବିଲ ଥାନା ଅନ୍ତର୍ଗତ ୮ ନଂ ୱାର୍ଡର ବର୍କତ ନଗରରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସେମାନେ ୧୮ ତାରିଖ ରାତିରେ ୧୦ ଚକିଆ ଟ୍ରକ୍‌କୁ ଶୁଆକାଟି ନିକଟସ୍ଥ ତେନ୍ତୁଳି ପାର୍କିଂରୁ ଚୋରି କରିଥିଲେ । ଏହାକୁ ନେଇ ଶ୍ୟାମସୁନ୍ଦର ସାହୁଙ୍କ ଅଭିଯୋଗ କ୍ରମେ ସଦର ଥାନା କେସ୍‌ ନଂ (୧୯/୨୩) ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେମାନେ ଗାଡ଼ିର ନମ୍ବର କାଟି ବିକ୍ରି କରିଦେବାକୁ ଉଦ୍ୟମ କରୁଥିଲେ । ତାଙ୍କ ଠାରୁ ଟ୍ରକ୍‌ ସହିତ ଏକ ମହିନ୍ଦ୍ରା କାର୍‌ ମଧ୍ୟ ପୋଲିସ ଜବତ କରିଛି । ସେମାନେ ସଦର ଥାନା କେସ୍‌ ନଂ ୨୧/୨୩ ଟାଉନ ଥାନା କେସ୍‌ ନଂ (୧୪/୨୩) (୧୫/୨୩) ଟ୍ରକ୍‌ ଚୋରି କେସ୍‌ରେ ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ ତଦନ୍ତ କରୁଥିବା ସଦର ଥାନାଧିକାରୀ ସୁନୀଲ କର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.