ଦୁର୍ଗା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ମନ୍ଦିରପଡ଼ା ସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ଅଭିଯୋଗ ହୋଇଛି । ସକାଳୁ ଅନୁସନ୍ଧାନୀ କୁକୁର ସାହଯ୍ୟରେ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନାନୁଯାୟୀ, ନୂଆପଡ଼ା ମନ୍ଦିରପଡ଼ା ସ୍ଥିତ ଦୁର୍ଗା ମନ୍ଦିରରେ ବୁଧବାର ସନ୍ଧ୍ୟାରେ ନୀତିକାନ୍ତି ଅନୁସାରେ ଆରତୀ ସହ ପୂଜା ଅର୍ଚ୍ଚନା ହୋଇଥିଲା । ରାତି ୮ଟାରେ ମନ୍ଦିର ମୁଖ୍ୟ ପୂଜକ ଅକ୍ଷୟ ରଥ ମନ୍ଦିରର ଦୁଇଟି ଗେଟ୍‌ରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ । ସକାଳେ ପୂଜକ ମନ୍ଦିରକୁ ଆସି ଦେଖିବା ବେଳେ ମୁଖ୍ୟ ଗେଟ୍ ଅଧା ଖୋଲା ହୋଇଥିଲା । ଭିତରକୁ ପଶିବାରୁ ମନ୍ଦିର ଗେଟ୍ ଖୋଲା ହେବା ସହ ମା’ଙ୍କ ରୂପା ମୁକୁଟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏହି ରୂପା ମୁକୁଟର ଓଜନ ୧ କେ.ଜି ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି କହିଛନ୍ତି । ଏନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବାହ୍ନରେ ନୂଆପଡ଼ା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ପହଂଚିଥିଲା ।

Leave A Reply

Your email address will not be published.

error: Content is protected !!