oom

ବିଦ୍ୟାଳୟରୁ ଚୋରି ନେଇ ଫାଣ୍ଡିରେ ଅଭିଯୋଗ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉ.ପ୍ରା. ବିଦ୍ୟାଳୟ, ଘନିପୁରରୁ ଚୋରି ହୋଇଥିବା ନେଇ ଡେଲାଙ୍ଗ ହାଟ ଫାଣ୍ଡିରେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା କୁମାରୀ ଦେଇ ଅଭିଯୋଗ କରିଛନ୍ତି । ରବିବାର ରାତିରେ କିଛି ଅସାମାଜିକ ବ୍ୟକ୍ତି ବିଦ୍ୟାଳୟରେ ପ୍ରବେଶ କରି ଭଣ୍ଡାର ଗୃହର ତାଲା କାଟି ସେଠାରେ ଥିବା ଚାଉଳ, ଖାଲିଥିବା ୧୬୦ଟି ଚାଉଳ ବସ୍ତା, ତରାଜୁ, ବଟକରା, ଷ୍ଟିଲ ଜଗ ଦୁଇଟା, ଷ୍ଟିଲ ମଗ ଏକ ଟା, ଦସ୍ତା ବାଲିଟି ଦୁଇଟା ଓ ଡାବୁ ଦୁଇଟା ଦୁର୍ବୁତ୍ତ ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏହା ପୂର୍ବରୁ ଦୁଇ ବର୍ଷ ମଧ୍ୟରେ ଦୁଇଟି ପାଣି ମଟର ଓ ପାଣି ପାଇପ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଚୋରି ସାମଗ୍ରୀ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାଁହି । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଷା କୁମାରୀ ଦେଇ ପୋଲିସର ସହାୟତା ଲୋଡ଼ିଛନ୍ତି ।

jittmm
Leave A Reply

Your email address will not be published.