ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି ଅଭିଯୋଗ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗ୍ରାହକ ସେବା କେନ୍ଦ୍ରଟି କାଉଡୋଳା ଗ୍ରାମର ସବିତା ସାହୁଙ୍କ ନାମରେ ରହିଛି । କେନ୍ଦ୍ରରୁ ୧୩ ହଜାର ଟଙ୍କା ଚୋରି ହୋଇଥିବା ନେଇ ମାଲିକ ସବିତା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏନେଇ ଆମପାଣି ପୋଲିସ ଏକ ମାମଲା (ନଂ.୯୮/୨୨) ରୁଜୁ କରିଛି । ତେବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂୂଚନା ଦେଇଛନ୍ତି ।

Leave A Reply

Your email address will not be published.