ଶିବ ମନ୍ଦିରରୁ ଚୋରି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଶ୍ରୀ ଧବଳେଶ୍ଵର ଶିବ ମନ୍ଦିରରୁ ଚୋରି ହୋଇଥିବା ଆଗଲପୁର ଥାନାରେ ଲିଖିତ ଅଭିେଯାଗ ହୋଇଛି । ସୂଚନା ମୁତାବକ ଗତ ବିଳମ୍ବିତ ରାତ୍ରିରେ ବାବା ଧବଳେଶ୍ଵର ଶିବ ମନ୍ଦିର ଗର୍ଭଗୃହର ତାଲା ଭାଙ୍ଗି ବହୁ ପୂଜା ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ଆଜି ସକାଳେ ପୂଜକ ଶ୍ରୀ ଅମିରା ଥନାପତି ମନ୍ଦିରକୁ ପୂଜା କରିବାପାଇଁ ଆସିବାବେଳେ ମନ୍ଦିର ତାଲା ଭଙ୍ଗା ହୋଇଥିବା ଦେଖି ସଙ୍ଗେ ସଙ୍ଗେ ମନ୍ଦିର କମିଟିକୁ ଜଣାଇଥିଲେ । ମନ୍ଦିର କମିଟି ସଭ୍ୟମାନଙ୍କ ସହ ପୂଜକ ଶ୍ରୀ ଅମିରା ଥନାପତି ମନ୍ଦିର ଭିତରକୁ ଯାଇ ବହୁ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଚାରି ଫୁଟର ଏକ ତମ୍ବାନାଗ, ୩ଫୁଟର ଏକ ପଞ୍ଚଫେଣୀନାଗ, ୪ଟି ଛୋଟ ତମ୍ବାନାଗ, ସହ କଳସ ଓ ପୂଜାରେ ବ୍ୟବହୃତ ଅନେକ ପୂଜା ବାସନ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ପରେ କମିଟିର ସଭ୍ୟ ଲକ୍ଷ୍ମଣ ମେହେର, ଚୋଳଙ୍ଗଗ ମେହେର ପ୍ରମୁଖ ଅନେକ କମିଟି ବୃନ୍ଦ ସହ ପୂଜକ ଆଗଲପୁର ଥାନାରେ ଲିଖିତ ଅଭିେଯାଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.