jayashree

ଭୈରବ ମନ୍ଦିରରେ ଚୋରି : ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ବୋରିଗୁମ୍ମାର ଆରାଧ୍ୟ ଦେବତା ଭୈରବ ମନ୍ଦିରରେ ଚୋରି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋରିଗୁମ୍ମା ଭୈରବ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଠାକୁରଙ୍କ ରୁପା ମୁକୁଟ, କାନଫୁଲ, ଅଳଙ୍କାର ସମେତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ପଇସା ନେଇଯାଇଛନ୍ତି । ସକାଳୁ ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବା ପାଇଁ ଆସିବା ବେଳକୁ ଦେଖିଲେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଯାଇଛି । ଭିତରକୁ ଯାଇ ଦେଖିବା ବେଳେ ହୁଣ୍ଡି ଭାଙ୍ଗି ଏଣେ ତେଣେ ପଡି ରହିଛି ଏବଂ ଠାକୁରଙ୍କ ଅଳଙ୍କାର ବାକ୍ସ ମଧ୍ୟ ଖୋଲା ପଡିଛି । ସଙ୍ଗେ ସଙ୍ଗେ ପୂଜକ ମନ୍ଦିର କମିଟିକୁ ଖବର ଦେଇଥିଲେ । ପରେ କମିଟି ସଦସ୍ୟ ଆସି ପୋଲିସକୁ ଖବର ଦେଇଥିଲେ । ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.