ଘରେ ପଶି ଚୋରି କରିଥିଲେ, ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ପଶି ଚୋରି କରିଥିଲେ, ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏଭଳି ଏକ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ । ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ ୨ ଜଣ ଦୁର୍ବୃତ୍ତ ଗାନ୍ଧୀନଗରପଡ଼ାର ମନ୍ମଥ ମେହେରଙ୍କ ଘରକୁ ପଶି ମୋବାଇଲ୍‌ ଫୋନ୍‌ ସହ ୨୦ ହଜାର ୬୦୦ ଟଙ୍କା ଚୋରି କରିଥିଲେ । ତେବେ ଶ୍ରୀ ମେହେରଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ୍‌ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ସୁବର୍ଣ୍ଣପୁରର ବନ୍ଧପଡ଼ା ନିବାସୀ ଦେବାଶିଷ ଖପରାଧୁଆ ଓ ଶିବାଶିଷ ଖପରାଧୁଆଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଚୋରି ମୋବାଇଲ୍‌ ସହ ୨ ହଜାର ଟଙ୍କା ଜବତ୍‌ ହୋଇଥିବା ସୂଚନାରେ କୁହାଯାଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.