ଟିଟିଲାଗଡ଼ ପୋଲିସ ପକ୍ଷରୁ ପୃଥକ ପୃଥକ ଚୋରି ଓ ଲୁଟ୍‌ ମାମଲାରେ କରାଗଲା ଚଢାଉ : ତିନି ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଏପ୍ରିଲ ୧୮ ତାରିଖ ୨୦୨୩ରେ ରାହୁଲ କୁମାର ବେଠାଙ୍କ ଅଭିଯୋଗ କ୍ରମେ ଗୁଞ୍ଚିତରାରେ ଥିବା ଗୋଦାବରୀ ମିନିରାଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ୧୭ ତାରିଖ ରାତି ଅଧରେ ଅଫିସର ତାଲା ଭାଙ୍ଗି ଭିତରେ ଥିବା କମ୍ପ୍ୟୁଟର, ସିପିୟୁ, ପ୍ରିଣ୍ଟର, ୟୁପିଏସ, ମାଉସ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖଜୁରପଡ଼ାର ବବଲୁ ବାରିକ ଓ ଟିଟିଲାଗଡ ହାଇସ୍କୁଲପଡ଼ାର ଲୋକନାଥ କୁମ୍ଭାରଙ୍କୁ ଗିରଫ କରି ତାଙ୍କଠାରୁ ସବୁ ଚୋରି ଜିନିଷ ଉଦ୍ଧାର କରି କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ବଙ୍ଗୋମୁଣ୍ଡା ଗୋହିରା ପଦରର କିଶୋର ମେହେର ବୁଲି ବୁଲି କପଡା ବିକ୍ରି କରିଥାନ୍ତି । ଜୁନ ୨ ତାରିଖ ବିକ୍ରି କରି ଫେରୁଥିବା ସମୟରେ ଚିଙ୍ଗେରମୁଣ୍ଡା ଛକଠାରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇ ଆମେ ତୁମଠାରୁ କପଡା କିଣିବୁ କହି ଗୁଞ୍ଚିତରା ଆଡକୁ ଡ଼ାକି ନେଇ ବାଟ ମଝିରେ କିଶୋର ମେହେରଙ୍କ ଠାରୁ ୮୪୦୦ ଟଙ୍କା ଲୁଟି ନେଇଥିବା ଟିଟଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ କରି ଖଜୁରପଡ଼ାର ମୁକୁନ୍ଦ ବାଗ ଏବଂ ବବଲୁ ବାରିକକୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ଡିସ୍‌କଭର ବାଇକ୍ ଓ ୪୦୦୦ ଟଙ୍କା ଉଦ୍ଧାର କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଏସ୍‌ଆଇ ଦେବାଶିଷ ଶତପଥୀ, ଏଏସ୍‌ଆଇ ଦେବରାଜ ମାଝି, ହାବିଲଦାର ସୁନୀଲ ପାଣିଗ୍ରାହୀ, କନଷ୍ଟେବଲ କାହ୍ନା ଷାଣ୍ଢ, ଅସୀମ ପ୍ରଧାନ, ସୁମନ ସାହୁ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.