ପାଟଲିପଡା ଜଳେଶ୍ବର ବାବା ମନ୍ଦିରରୁ ଚୋରି ଅଭିଯୋଗ

ମନମୁଣ୍ଡା : ମନମୁଣ୍ଡା ଥାନା ପାଟଲିପଡା ଜଳେଶ୍ବର ବାବା (ଶିବ) ମନ୍ଦିରରୁ ମଙ୍ଗଳବାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମନ୍ଦିରର ତାଲା ଭାଙ୍ଗି ପିତ୍ତଳର ହରଗୌରୀ ମୂର୍ତ୍ତି ୨ ଟା, ପିତ୍ତଳ ଗଡୁ ୩ ଟା, ପିତ୍ତଳ ଥାଳି ୪ ଟା, ଘଣ୍ଟ ୩ ଟା, ଶଙ୍ଖ ଗୋଟାଏ, ପିତ୍ତଳ ଗାମଲା ଗୋଟିଏ ଏବଂ ଆହୁରି କେତେକ ଜିନିଷ ଚୋରି କରି ନେଇଯାଇଛନ୍ତି ।

ସେହିପରି ଚୋରମାନେ ଭଣ୍ଡାର ଘର ତାଲା ଭାଙ୍ଗି ସେଠାରୁ ମଧ୍ୟ ଅରୁଆ ଚାଉଳ ୪ ପ୍ୟାକେଟ, ମୁଗ ଡାଲି ୧୫ କେଜି ଇତ୍ୟାଦି ଅନେକ ଜିନିଷ ଚୋରି କରି ନେଇଯାଇଛନ୍ତି । ମନ୍ଦିର ପୂଜକ ବାଲ୍ମୀକି ଦେହୁରୀ(ମହୁଲି)ବୁଧବାର ସକାଳେ ମନ୍ଦିରକୁ ପୂଜା କରିବାକୁ ଯାଇ ତାହା ଜାଣିବାକୁ ପାଇଲେ ଏବଂ ଗ୍ରାମବାସୀଙ୍କୁ ଦେଖାଇଦେଇଛନ୍ତି । ସେହିପରି ପୂଜକ ଦେହୁରୀ ଗ୍ରାମବାସୀଙ୍କ ସହ ଆସି ଏନେଇ ବୁଧବାର ଅପରାହ୍ନରେ ମନମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଛନ୍ତି ।

Leave A Reply

Your email address will not be published.