ମା’ ସମଲେଶ୍ଵରୀଙ୍କୁ ବି ଛାଡିଲେନି ଚୋର, ଦାନପେଟି ଭାଙ୍ଗି ଟଙ୍କା ନେଇ ଛୁ

ତୁଷୁରା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଇଷ୍ଟ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରରୁ ଚୋରି ହୋଇଛି । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷରା ସହରରେ । ତୁଷରା ସହରର ଇଷ୍ଟଦେବୀ ତଥା ଅଞ୍ଚଳର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର କୁହାଯାଉଥିବା ସମଲେଶ୍ଵରୀ ମନ୍ଦିରର ଦାନପେଟି ଭାଙ୍ଗି କେହି ଜଣେ ଦୁର୍ବୁତ୍ତ ଚୋରି କରିନେଇଛି । ଆଜି ସକାଳୁ ପୂଜକ ଭଙ୍ଗା ଦାନପେଟି ଦେଖି ତୁଷରା ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଏହା କେତେ ବେଳେ ଭଙ୍ଗା ଯାଇଛି ଓ କିଏ କିଏ ଏଥିରେ ସଂପୃକ୍ତ ଅଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିିଁ । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.