ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଉଦ୍ୟମ : ପାଖେଇ ଆସୁଛି ନିର୍ବାଚନ ବଢୁଛି ଚୋରି, ପୁଲିସ ପେଟ୍ରୋଲିଂ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଅଙ୍ଗନବାଡି କେନ୍ଦ୍ରରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ଅଙ୍ଗନୱାଡି କେନ୍ଦ୍ରରେ ତାଲା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ କୌଣସି କାରଣ ପାଇଁ ଚୋରି କରି ନପାରି ପଳାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ନିର୍ବାଚନ ପାଖେଇ ଆସୁଛି । ଗାଁ ଗାଁରେ ମାହୋଲ୍ ସରଗରମ୍ ହେବାରେ ଲାଗିଥିବା ବେଳେ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.