ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଚୋରି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଗତ ୧୨ତାରିଖ ବିଳମ୍ବିତ ରାତିରେ କିଛି ଜିନିଷ ଚୋରି ହୋଇଥିବା ବିଷୟରେ ବରଗଡ଼ ଟାଉନ ଥାନାରେ କେସ୍‌ ନମ୍ବର ୫୪୦/୧୩.୧୧.୨୧ ଆଇ.ପି.ସି ୪୫୭,୩୮୦ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଗତ ୧୨ତାରିଖ ବିଳମ୍ବିତ ରାତ୍ରରେ ୨୦ଟି ସିଲିଂ ପଙ୍ଖା, ଦୁଇଟି କାନ୍ତ ପଙ୍ଖା, ଦୁଇଟି ପ୍ଲାଇ ବୋର୍ଡ ଓ ୩୦ଟି ଟର୍ଚ୍ଚ ଲାଇଟ ଚୋରି ହୋଇଥିବା ବିଷୟରେ ବରଗଡ଼ ଟାଉନ ଥାନାରେ ଏମ୍‌ ମାମଲା ରୁଜୁ ହୋଇଥିଲା ଟାଉନ ଥାନା ପକ୍ଷରୁ ତଦନ୍ତକାରୀ ଅଫିସର ଟଙ୍କଧର ନାଏକ ଘଟଣାଟିର ତଦନ୍ତ କରୁଥିବା ବେଳେ ଆଜି ସକାଳୁ ବରଡୋଲ ଗ୍ରାମର ଚାରିଜଣ ଯୁବକକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ଗିରଫ ଯୁବକମାନଙ୍କ ଠାରୁ ୬ ଗୋଟି ପଙ୍ଖା ପୋଲିସ ଜବତ କରିଛି ବାକି ତକ ଜିନିଷ ମଧ୍ୟ ଖୁବଶୀଘ୍ର ମିଳିଯିବ ବୋଲି ଟାଉନ ଥାନାରୁ ସୂଚନା ମିଳିଛି ।

Leave A Reply

Your email address will not be published.