oom

ପେଟ୍ରୋଲିଙ୍ଗ ବେଳେ ପୋଲିସ ହାତରେ ଧରାପଡିଲା ଚୋର ସହ ଚୋରି ହୋଇଥିବା ଗାଡ଼ି

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଖପ୍ରାଖୋଲ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟାଟା ଏସି ଗାଡି ସହିତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ରାତିରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଧଣ୍ଡାମୁଣ୍ଡାରୁ ଗୋଟିଏ ଟାଟା ଏସି ପିକ୍‌ଅପ୍‌ ଗାଡି ଦ୍ରୁତ ଗତିରେ ଖପ୍ରାଖୋଲ ରାସ୍ତାରେ ଆସୁଥିଲା । ଗାଡିକୁ ହରିଶଙ୍କର ଛକ ନିକଟରେ ଅଟକାଇ ଯାଞ୍ଚ କରାଯାଇଥିବା ବେଳେ ଡ୍ରାଇଭର ପାଖରେ ଗାଡିର କୌଣସି କାଗଜପତ୍ର ନଥିଲା । ଡ୍ରାଇଭରକୁ ଖପ୍ରାଖୋଲ ଥାନାକୁ ଅଣାଯାଇ ଅଧିକ ପଚରାଉଚରା କଲା ପରେ ଜଣାପଡିଥିଲା ଯେ ଗାଡିଟିକୁ ଚୋରି କରି ବିକ୍ରି କରିବା ପାଇଁ ଅଣାଯାଉଥିଲା । ଅଭିଯୁକ୍ତ ଡ୍ରାଇଭର ବୈଷ୍ଣବ ଦଳାଇ ଓରଫ ଶିବ(୨୮) ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଳୁଥିପାଲି ଗ୍ରାମର ବୋଲି ଜଣାପଡିଛି । ଅଧିକ ତଦନ୍ତ କଲା ପରେ ଜଣାପଡିଥିଲା ଯେ ଟାଟା ଏସି ଗାଡିଟି ବୌଦ୍ଧ ଥାନାରେ ଜାନୁଆରୀ ୨୦୨୩ରେ ଚୋରି ହୋଇଥିବା ନେଇ କେସ ପଞ୍ଜିକୃତ ହୋଇଛି । ଅଭିଯୁକ୍ତକୁ ଆହୁରି ପଚରାଉଚରା କରିବା ପରେ ସେ ଆଉ ଜଣେ ଅଭିଯୁକ୍ତଙ୍କ ନାମ କହିଥିବା ବେଳେ ପୋଲିସ ବରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କେନାଲପଡା ଠାରୁ ଗୋଟିଏ ମହିନ୍ଦ୍ରା ବୋଲେରୋ ଗାଡି ସହ ଜଣଙ୍କୁ ଗିରଫ କରିଥିବା ଖପ୍ରାଖୋଲ ଥାନାଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଳୁଥିପାଲି ଗାଁର ସତ୍ୟନାରାୟଣ ଦଳାଇ ଓରଫ ରାଜା(୩୦) । ଜବତ ହୋଇଥିବା ବୋଲେରୋ ଗାଡିଟି ଚୋରି ହୋଇଥିବା ନେଇ ଦେବଗଡ଼ ଜିଲ୍ଲା ଟାଉନ ଥାନାରେ କିଛି ଦିନ ତଳେ କେସ ପଞ୍ଜିକୃତ ହୋଇଛି ବୋଲି ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫୯/୨୦୨୩ରେ ବିଭିନ୍ନ ଦଫାରେ ଏଚ ମାମଲା ରୁଜୁ କରି ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.