ବାଇକ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଇକ ଚୋରି କରି ଫେରାର ହେଉଥିବା ବେଳେ ଲୋଇସିଂହା ଥାନା ଝରଣୀପାଲି ଠାରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଝରଣିପାଲି ପଂଚାୟତ ପୋଢ଼ପାଲି ଗ୍ରାମର ଭଗବାନ ସାହୁ ନିଜ ହେରୋହୋଣ୍ଡା ଗାଡ଼ିରେ ଜମିକୁ ମୁଗଚାଷ ଦେଖିବାକୁ ଯାଇଥିଲେ । ରାସ୍ତାକଡରେ ବାଇକ ରଖି ଲୋକଙ୍କ ସହ ନିଜ କାର୍ୟ୍ୟରେ ବ୍ୟସ୍ତ ଥିଲେ । ହଠାତ୍‌ ସେହି ସମୟରେ ଗାଇସିଲେଟ ବ୍ଲକ ତେଲିପାଲି ଗ୍ରାମର ରାହୁଲ ସାହୁ ଓ ପୁଖାପାଲି ଗ୍ରାମର ପଦ୍ମଲୋଚନ ସାହୁ ତାଙ୍କ ବାଇକ ନେଇ ଫେରାର ହୋଇ ଯାଇଥିଲେ । ସେମାନଙ୍କୁ ଧରିବା ପାଇଁ ଭଗବାନ ତାଙ୍କ ପଛରେ ଦୌଡିଥିଲେ ହେଁ ଲୁଟେରା ଦ୍ବୟ ସେଠାରୁ ବାଇକ ନେଇ ଚମ୍ପଟ ମାରିଥିଲେ । ଏ ନେଇ ଭଗବାନ ଆଖପାଖ ନିଜ ଚିହ୍ନା ଲୋକଙ୍କୁ ଫୋନ ଯୋଗେ ସୂଚିତ କରିଥିଲେ । କରକଚିଆ ଛକଠାରୁ ଲୁଟେରା ମାନେ ପୁଣି ଫେରୁଥିବା ବେଳେ ପୋଢ଼ପାଲି ଛକ ଠାରେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଦୁହିଁଙ୍କୁ ଲୋକେ ଉତ୍ତମ ମଧ୍ୟମ ଦେବା ସହିତ ପରେ ଲୋଇସିଂହା ପୋଲିସ ଠାରେ ଜିମା ଦେଇଥିଲେ ।

Leave A Reply

Your email address will not be published.