ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବୀରେ ଧୂମାଭଟା ସରପଞ୍ଚ ବନମାଳୀ ନାଏକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ତଥା କୋଶଳାଞ୍ଚଳର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଯେଉଁଥିରେ ଦେଶ ବିଦେଶରେ ସରକାରୀ ବେସରକାରୀ ପଶ୍ଚିମ ଓଡିଶାର ବହୁ ଲୋକ ଚାକିରି କରିଥାନ୍ତି ହେଲେ ନୂଆଁଖାଇ ପାଇଁ ଗାଁକୁ ଆସି ପାରିନଥାନ୍ତି । ନୂଆଁଖାଇ ଏକ ଭାଇଚାର ପର୍ବ ହୋଇଥିବା ବେଳେ ଛୁଟି ନ ମିଳିବାରୁ ସେମାନେ ଘରକୁ ଆସିପାରନ୍ତି ନାହିଁ ଏବଂ କେତେକ ଦୁଇ ଦିନ ଛୁଟି ନେଇ ଆସିଥାନ୍ତି ଏଣୁ ନୂଆଁଖାଇର ଦୁଇଦିନ ସରକାରୀ ଛୁଟି ଘୋଷଣା କରିବାକୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଲପଡା ବିଡିଓଙ୍କୁ ସରପଞ୍ଚ ଶ୍ରୀ ନାଏକ ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.