
ଭୁବନେଶ୍ୱର : ଓଡ଼ିଶା ପଶୁ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ । ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ ଆସିବେ । ଚିତା ସହିତ ଧଳା ସିଂହ ଶାବକ ମଧ୍ୟ ଆସିବେ ବୋଲି ସୂଚନା ମିଳିଛି । ସେହିପରି ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଆସିବ। ଚିତାବାଘ, ସିଂହ, ଜିରାଫ ଆସିବା ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ଆଜି ସୂଚନା ଦେଇଛନ୍ତି ।