ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର

ବାରିପଦା : ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡିଛି । ଉଭୟଙ୍କୁ କ୍ଷତିପୂରଣ ଦେବାକୁ ବିଶୋଇ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭୋର ପ୍ରାୟ ୩ଟା ସମୟରେ ବିଶୋଇ ବ୍ଲକ ଖଡ଼ମ ବେଡା ଅନ୍ତର୍ଗତ ତାରଣା ଗାଁର ମାଇନ ହାଁସଦା (୪୭) ପରିସ୍ରା କରିବାକୁ ଉଠିଥିବା ବେଳେ ଏକ ଚିତାବାଘର ଆକ୍ରମଣର ଶିକାର ହୋଇ ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କ ଦିଅର ଦଶରଥ ଓରଫ ସମାଇ ହାଁସଦା ବାହାରକୁ ବାହାରି ଭାଉଜଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ଚିତାବାଘ ହାବୁଡ଼ରୁ ବଞ୍ଚିବା ପାଇଁ ଉଭୟଙ୍କ ପ୍ରାଣମୂର୍ଛା ଉଦ୍ୟମ ସହିତ ଗ୍ରାମବାସୀଙ୍କ ତତକ୍ଷଣାତ ସହଯୋଗ ଫଳରେ ସେମାନେ ଉଦ୍ଧାର ପାଇଥିବା ଜଣାପଡିଛି । ବର୍ତ୍ତମାନ ଉଭୟ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି ।

Leave A Reply

Your email address will not be published.