ହରିଶଙ୍କର ମନ୍ଦିର ଅଞ୍ଚଳରେ ଚିତାବାଘର ଗତିବିଧି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଲେ ବଲାଙ୍ଗିର ଡିଏଫ୍ଓ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ମନ୍ଦିର ଅଞ୍ଚଳରେ ଗତ ୩ ଦିନ ହେବ ଏକ ଚିତାବାଘ ଆତଙ୍କ ସୃଷ୍ଟି କରୁଥିବା ବେଳେ ହରିଶଙ୍କର ହରିଣ ପାର୍କରେ ଦୁଇଟି ହରିଣଙ୍କୁ ବାଘ ମାରି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଡିଭିଜନ୍ ଆଡମିନିଷ୍ଟ୍ରେସନ ୨୪ ଇନ୍ଟୁ ୭ ଆଧାରରେ ସତର୍କତା ଅବଲମ୍ବନ କରିଛି । ଏହା ପ୍ରାକୃତିକ ବାସସ୍ଥାନ ଉପରେ ନଜର ରଖି ଚିତାବାଘକୁ ଏକ ସୁରକ୍ଷିତ ପଥ ଦେବା ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ବଲାଙ୍ଗିର ଡିଏଫ୍ଓ ନୀତୀଶ କୁମାର ସ୍ଥାନୀୟ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ଯେତେବେଳେ ବାଘ ଦେଖିବାକୁ ମିଳୁଛି ସେତେବେଳେ ସ୍ଥାନୀୟ ବନ ବିଭାଗକୁ ଜଣାନ୍ତୁ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ, ହରିଣ ପାର୍କ ଅଞ୍ଚଳରେ ନିରବଚ୍ଛିନ୍ନ ଆଲୋକ ପ୍ରଦାନ କରିବା ପାଇଁ ଆଠଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି । ପୁରା କ୍ୟାମ୍ପସ୍ ସିସିଟିଭି ସର୍ଭିଲାନ୍ସ ଅଧୀନରେ ରହିଥିବା କୁହାଯାଇଛି ।