oom

ବଢୁଛି କରୋନା, ଚିନ୍ତାରେ ପ୍ରଶାସନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) ; ଦାଦନ ଗଡ଼ରେ ଡରାଉଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସଚେତନ କରାଯାଉଥିବା ବେଳେ ଲୋକେ ତାହାକୁ ମଧ୍ୟ ପାଳନ କରୁନାହାନ୍ତି । ତେବେ ରାୟପୁର, ଛତିଶଗଡରୁ କଂଟାବାଞ୍ଜି ଦେଇ ବ୍ୟବସାୟୀ ମାନେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ନିଜ ପେଟପାଟଣା ପାଇଁ ଘର ଘର ବୁଲି ବ୍ୟବସାୟ କରିଥାଆନ୍ତି । ବ୍ଲକର ଗ୍ରାମାଂଚଳରେ ବର୍ତମାନ କାଶ, ଜ୍ୱର, ସର୍ଦ୍ଦି ରୋଗ ସହ କରୋନା ବ୍ୟାପିବାରେ ଲାଗିଛି । କେନ୍ଦଉଡାର, ଦେଓଗାଁ, ଟିକ୍ରାପଡା ଭଳି ଅନେକ ଗ୍ରାମରେ ସଂକ୍ରମଣ ସଂଖ୍ୟା ବଢିଛି । ଏନେଇ ଟିକ୍ରାପଡା ସରପଂଚ ଭାରତୀ ରାଜପଲିଆଙ୍କ ପ୍ରତିନିଧି ତଥା ସରକାରୀ ଆଇନଜୀବୀ ଟୁନୁ ରାଜପଲିଆଙ୍କ ଠାରୁ ପ୍ରଶାସନ ଖବର ପାଇବା ପରେ ଅଂଚଳରେ ପହଂଚି କରୋନା ପରୀକ୍ଷା କରିଥିବା ବେଳେ ଉକ୍ତ ସ୍ଥାନକୁ ତଦାରଖ କରିବା ପାଇଁ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗଙ୍କ ଉପସ୍ଥିତରେ ସ୍ୱାସ୍ଥ୍ୟକର୍ମୀ ଦେଓଗାଁର ୩୬ଜଣ, କଦଳିମୁଣ୍ଡାର ୬୦ ଜଣଙ୍କୁ କରୋନା ପରୀକ୍ଷା କରିଥିଲେ । ୩୬ ଜଣଙ୍କ ଆନ୍‌ଟିଜେନ ଟେଷ୍ଟ କରାଯାଇଥିବା ବେଳେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟପଟେ କଦଳିମୁଣ୍ଡାର ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ମଧ୍ୟ ଦେଖାଦେଇଛି । ଅନ୍ୟପଟେ ଜିଲ୍ଲାରେ ଆଜି ୩୨୨ ଜଣ କରୋନା ଚିହ୍ନଟ ହୋଇଥିବା ଯୋଗୁଁ ଏବେ ଜିଲ୍ଲାରେ ଭୟ ଦେଖାଦେଇଛି । ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ବ୍ଲକର ବେଲଗାଁ ଓ ଘୁନସର ଠାରେ ୪୨୩ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୭ ଜଣ କରୋନାରେ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ସଇଁନ୍ତଲା ବ୍ଲକରୁ କେତେ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ଆଲୋଚନା ହେଉଛି । ଅନେକାଂଶରେ ଦୋକାନ ବଜାର, ବ୍ୟାଙ୍କ ଭଳି ଅନେକ ସ୍ଥାନରେ ଭିଡ ଲାଗିରହୁଥିବା ନଜରକୁ ଆସିଛି । ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.