
ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ୧ତାରିଖରୁ ବନ୍ଦ ପଡିଥିବା ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳ ସମ୍ମୁଖରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନିଶ୍ଚିତ କାଳୀନ ଧାରଣା ସୋମବାର ଦିନ ୮୨ତମ ଦିନରେ ପହଞ୍ଚିଛି । ଆଜିର ଏହି ଧାରଣାସ୍ଥଳରେ ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ଚିନିକଳ କର୍ମଚାରୀ ସଂଘ ସଭାପତି ଅକ୍ଷୟ ପୁଟା, ଅଜିତ ରଣା, ମୟ ସାହୁ, ଯୁଗେଶ୍ଵର୍ ଭୋଇ, ଲାଳବାବୁ ନାଗ ପ୍ରମୁଖ ଧାରଣାରେ ବସିଥିଲେ ।