om academy

ନାବାଳିକାର ବିବାହ ବନ୍ଦ କରିବାରେ ଚାଇଲ୍ଡ ଲାଇନ ସଫଳ ହେଲା : ୧୫ ବର୍ଷର ନାବାଳିକା ସହ ୩୬ ବର୍ଷର ଯୁବକର ହେବାକୁ ଯାଉଥିଲା ବିବାହ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଏକ ନାବାଳିକାର ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ ଓ ଟିଟିଲାଗଡ ପୋଲିସ ପହଞ୍ଚିଥିଲେ । ଟିଟିଲାଗଡ ସହରର ଜଣେ ୩୬ ବର୍ଷୀୟ ଯୁବକ ସହ ଶଗଡ଼ଘାଟ ପଞ୍ଚାୟତର ୧୫ ବର୍ଷୀୟ ନାବାଳିକା ସହ ବିବାହ ହେଉଥିବା ସୂଚନା ପାଇଥିଲେ ଚାଇଲ୍ଡ ଲାଇନ ସିଡ଼ିପିଓ ମୃଣ୍ମୟୀ ଭୋଇ । ସୂଚନା କ୍ରମେ ଆଧାର ଚାଇଲ୍ଡ ଲାଇନ ବଲାଙ୍ଗିର ସଦସ୍ୟ ଶିବାନନ୍ଦ ବେହେରା, ସିଡିପିଓ ମୃଣ୍ମୟୀ ଭୋଇ, ସୁପରଭାଇଜର ମଞ୍ଜୁଲତା ପାଢ଼ୀ ଓ ସୁପରଭାଇଜର ଚଞ୍ଚଳା ରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷ ଉପସ୍ଥିତ ରହି ବିବାହ ପାଇଁ ସମସ୍ତ ପ୍ରକାର ଆୟୋଜନ କରିସାରିଥିଲେ । ଭୋଜି ପାଇଁ ସମସ୍ତ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲା । ଚାଇଲ୍ଡ ଲାଇନର ସଦସ୍ୟ ମାନେ ପହଂଚି ବିବାହକୁ ବିରୋଧ କରିଥିବା ବେଳେ ଉଭୟ ପକ୍ଷ କୌଣସି ପ୍ରକାରରେ ବୁଝିବାକୁ ଅସମର୍ଥ ହୋଇଥିଲେ । ଚାଇଲ୍ଡ ଲାଇନ୍ ପାଖରୁ ସୂଚନା ପାଇ ଟିଟିଲାଗଡ ପୋଲିସ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମୋହିନୀ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ବାହିନୀ ଧର୍ମଶାଳାକୁ ପହଞ୍ଚିଥିଲା । ସେଠାରେ ବିବାହ ବନ୍ଦ କରି ଉଭୟ ଯୁବକ, ନାବାଳିକା ସହ ବର ପକ୍ଷ ଓ କନ୍ୟା ପକ୍ଷର ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଟିଟିଲାଗଡ ପୋଲିସ ଷ୍ଟେସନକୁ ଆଣିଥିଲେ । ସେଠାରେ ଅନେକ ବୁଝାସୁଝା ପରେ ଉଭୟ ପକ୍ଷ ନାବାଳିକାଟି ୧୮ ବର୍ଷ ହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.