jayashree

ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ର ସୁଭଦ୍ରା ଭବନ, ବ୍ରହ୍ମପୁରାଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା । ପନସର୍ ର୍ସିପ୍ ଉପରେ ଅତିରିକ୍ତ ଜିଲ୍ଲାପାଳ, ପାଟଣାଗଡର ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମି ଅରୁଣ କୁମାର ଖୁଆସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପାଟଣାଗଡ ମେନକା ମେହେର ଶିଶୁଙ୍କ ନିମିତ୍ତ ବିଭିନ୍ନ ଆଇନ୍ ଉପରେ ଆଲୋକପାତ କରିଥିଲେ । ପ୍ରକଳ୍ପ ବିକାଶ ଅଧିକାରୀ ପ୍ରଭାମୟୀ ନାଏକ ମା’ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ତରଫରୁ ଶିଶୁର ବିକାଶ, ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଯୋଗଦାନ କରି ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା, ମବକ୍ସସଦ୍ଭଶଗ୍ଦ ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଅଗହି ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଲନ ଯତ୍ନ ବ୍ୟବସ୍ଥା ଓ ପ୍ରତିପାଲନ ଯତ୍ନ ବ୍ୟବସ୍ତାରୁ ଶିଶୁକୁ ପୋସ୍ୟ ସନ୍ତାନ ରୂପେ ଗ୍ରହଣ ଉପରେ ବିଶଦ ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପାଟଣାଗଡ ସନ୍ତୋଷ କୁମାର ନାଏକ, ଶ୍ରରଣିକା ପଣ୍ଡା, ଝରଣା ସାହୁ, ବିଚିତ୍ର ମୁଦୁଲି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକ୍ ଓ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆଶା, ଅଙ୍ଗନୱାଡ଼ି, ଏ.ଏନ୍‌.ଏମ, ସୁପରଭାଇଜର୍‌ ୫୦୦ରୁ ଅଧିକ ଉପସ୍ଥିତ ଥିଲେ । ପରିଶେଷରେ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ସଂୟୋଜକବିକ୍ରମ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.