ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସମ୍ପାଦିକା ମହାନ୍ତି ନିଜ ବକ୍ତବ୍ୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ଯୋଗକୁ ପ୍ରାଥମିକ ଚିକିତ୍ସାର ମାଧ୍ୟମ ରୂପେ ନିଆଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଆଇନ ମହାବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଜ୍ୟୋତି ଡୋଲାରସା ଟେଟେ ନିଜ ବକ୍ତବ୍ୟରେ ସହଜ ଯୋଗ ଧ୍ୟାନ ଦ୍ଵାରା କିପରି ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁରୁ ନବଘନ ସାହୁ ଏବଂ ଗୁରୁ ଅଭୟ ଚରଣ ପ୍ରଧାନ ପ୍ରତ୍ୟକ୍ଷ ଭାବେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷାଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଡଃ ପ୍ରଜ୍ଞା ପାରମିତା ପଣ୍ଡା, ତନ୍ମୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା ଓ ରେଡକ୍ରସ ୟୁନିଟର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post