କୁରୁଲଠାରେ ନିଶୁକ୍ଲ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର-ପୋଷଣ ଅଭିଯାନ-୨୦୨୨ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ରାମଜୀ ହାଇସ୍କୁଲଠାରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତଥା ଜାତୀୟ ଆୟୁଷ ମିଶନ, ଆୟୁୁଷ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏବଂ ଶିଶୁମାନଙ୍କର ରକ୍ତହୀନତା ପ୍ରତିରୋଧ ଏବଂ ପରିଚାଳନା ପାଇଁ ନିଶୁକ୍ଲ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର- ପୋଷଣ ଅଭିଯାନ-୨୦୨୨ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାସ ଉଦ୍‌ଘାଟନ କରିଥିଲେ । ଶିବିରର ପ୍ରାରମ୍ଭରେ ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ସଭାରେ ଅଧ୍ୟକ୍ଷ ଡ. ଦାସ ବିଭିନ୍ନ ରୋଗର ନିରାକରଣ ଏବଂ ଔଷଧ ସେବନ ସମ୍ପର୍କରେ ସଚେତନ କରାଇବା ସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । କୁରୁଲ ସରପଞ୍ଚ ଅନିତା ସେଠ, ସମାଜସେବୀ ମାନସିଂ ସେଠ, ଡ. ସିମାଦ୍ରି ଭୂଷଣ ନାୟକ, ଡ. ଗଣେଷ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଡ. ସୀମାଦ୍ରି ଭୂଷଣ ନାୟକ, ଡ. ତନୁ ଚନ୍ଦ୍ର ମରାଇ, ଡ. ଗଣେଷ ମେହେର, ଡ. ଅମ୍ବୁଜ ବିଶ୍ୱାଳ, ଡ. ସୁଧା ଦଣ୍ଡସେନା, ଡ. ଜ୍ୟୋତି ରଞ୍ଜନ ମେହେର, ଡ. ମନୋରଞ୍ଜନ ସାହୁ, ଡ. ସ୍ନେହଲତା ପଧାନଙ୍କ ସମେତ ୧୦ ଜଣ ସ୍ନାତୋକତ୍ତର ଡାକ୍ତର ଓ ହାଉସ ସର୍ଜନ ଡ. ଭବାନୀ ଶଙ୍କର ପାଣିଗ୍ରାହୀ, ଡ. ସୁଦିପ୍ତ ବେଜ, ଡ. ରୋଶନ କୁମାର ଦାଶ, ଡ. ଆଶିଷ କୁମାର ମୋଧା, ଡ. ହିମାଂଶୁ ପ୍ରଧାନ, ଡ. ସନ୍ତୋଷ କୁମାର ଧଳ, ଡ. ସତ୍ୟପୀର ମହାରଣା, ଡ. ସଂଗ୍ରାମ କେଶରୀ ସ୍ୱାଇଁ, ଶେଷ ବର୍ଷର ଛାତ୍ର ନିତେଶ ପାଣ୍ଡେ ଓ ସତ୍ୟମ ବେଉରା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ରକ୍ତ ସର୍କରା ପରୀକ୍ଷା, ହାଡ ସାନ୍ଦ୍ରତା ପରୀକ୍ଷା ଏବଂ ରକ୍ତହୀନତା ପାଇଁ ହିମୋଗ୍ଲୋବିନ ପରୀକ୍ଷା ମାଗଣା କରାଯିବା ସହ ସମସ୍ତ ରୋଗର ଚିକିତ୍ସା ପାଇଁ ନିଶୁକ୍ଲ ଔଷଧ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କୁରୁଲ ପଞ୍ଚାୟତର ଆଶା କର୍ମୀ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗୁଁ କୁରୁଲ ଗ୍ରାମ ପଞ୍ଚାୟତକୁ ଉତ୍ତମ ସେବା ପୁରସ୍କାର ମିଳି ଥିବାରୁ ପୁଇଁନ୍ତଳା ବ୍ଲକ ଚେୟାରମେନ୍‌ ସରୋଜ କୁମାର ପ୍ରଧାନ ଓ ଭାଇସ ଚେୟାରମେନ୍‌ ନିରିମା ଅମାତ ଯୋଗ ଦେଇ ୬ ଜଣ ଆଶାକର୍ମୀ ସଂଯୁକ୍ତା ରାଉତ, ସଞ୍ଜିତା ପଟେଲ, ସବିତା ସେଠ, ରଶ୍ମୀତା ପଟେଲ, ମୀନା ପଟେଲ, ଉମା ସୁନା ଏବଂ ୬ ଜଣ ଅଙ୍ଗନୱାଡି କର୍ମୀ ରଶ୍ମୀତା ରାଏ, ଯୋଗଜନ୍ମା ସେଠ, ରାଜେଶ୍ୱରୀ ନାଗ, ପୁଷ୍ପଲତା ପଟେଲ, ପୁଷ୍ପଲତା ଦେଇ, ଗୀତାଞ୍ଜଳୀ ନାଗ ତଥା ଗାଁ କଲ୍ୟାଣ ସମିତିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଏକାଦଶୀଆ ବାଗ, ସୁଧୀର ନାଗ, ଅସୀତ ପଟ୍ଟନାୟକ, ଅଶ୍ୱିନୀ ନାଏକ, ସନ୍ତୋଷ ପଟେଲ, ସୁଦାମ ଚରଣ ପଟେଲ, ମାନସିଂ ସେଠ ଓ ଶୁକଦେବ ପଟେଲ । ଏହି ଶିବିରରେ କୁରୁଲ ଗ୍ରାମ ପଞ୍ଚାୟତ ତଥା ଆଖପାଖ ଗ୍ରାମାଞ୍ଚଳରୁ ପ୍ରାୟ ୫୦୦ରୁ ଅଧିକ ରୋଗୀ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଶୁକ୍ଲରେ ଔଷଧ ନେଇଥିଲେ ।

Leave A Reply

Your email address will not be published.