jayashree

କପିଲାଭଟାରେ ମାଗଣା ଚିକିତ୍ସା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜିତୁ ଚିକିତ୍ସାଳୟଠାରେ ମାଗଣା ଚିିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କପିଲାଭଟା ମା’ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଣ୍ଟାବାଞ୍ଜି ସ୍ଥିତ ମାତା ମନ୍ଦିର ନିକଟସ୍ଥ ପତଞ୍ଜଳି ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକ ଡା.ଚନ୍ଦ୍ରମଣି କର ଏବଂ ସତ୍ୱାଧିକାରୀ ଯୁବ ଇଂଜିନିୟର ଦୀପେଶ କୁମାର ଜୈନ ଏବଂ ତାଙ୍କ ସହଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ମା’ ସାହାଜୀ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ । ଶିବିରରେ ପୁରାତନ ଏବଂ ଜଟିଳ ରୋଗ ଯଥା – ବାତ, ବୃକକ, ମଧୁମେହ, ଉଚ୍ଚ ରକ୍ତଚାପ, ଚକ୍ଷୁରୋଗ, ଗଳାରୋଗ, ପୁରାତନ ଜ୍ୱର, ନିମୋନିଆ, ପାଣ୍ଡୁ ରୋଗ ଆଦିର ଚିକିତ୍ସା କରାଯାଇଥିଲା । ପ୍ରତ୍ୟେକ ରୋଗ ପାଇଁ ଯୋଗ ଓ ପ୍ରାଣାୟମ କରିବା ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଶତାଧିକ ରୋଗୀ ଉପସ୍ଥିତ ରହି ଏହାର ସୁଯୋଗ ଉପଲବ୍ଧି କରିଥିଲେ ।

Leave A Reply

Your email address will not be published.