
ଭୁବନେଶ୍ୱର, (କେପିଏନ୍ଏସ୍) : ଆଶୋକାଷ୍ଟମୀ ପର୍ବ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୯ ତାରିଖ (ବୁଧବାର)କୁ ଖୋର୍ଦ୍ଧା ଜିଲ୍ଲା ପାଇଁ ସ୍ଥାନୀୟ ସରକାରୀ ଛୁଟି ଦିବସ ଘୋଷଣା କରାଯାଇଛି । ଏହି ମର୍ମରେ ଆଜି କେନ୍ଦ୍ରାଂଚଳରେ ରାଜସ୍ୱ ଆୟୁକ୍ତ, କଟକଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଭାଗ ପତ୍ର ସଂଖ୍ୟା-୩୭୦୪୦/ରା.ବି.ପ./ ତା ୦୧.୧୧.୨୦୨୨କୁ ଭିତ୍ତି କରି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, କ୍ୟାଲେଣ୍ଡର ବର୍ଷ ୨୦୨୩ରେ ଖୋର୍ଦ୍ଧା ଜିଲ୍ଲା ପାଇଁ ମାର୍ଚ୍ଚ ୨୯ ତାରିଖକୁ ଅଶୋକାଷ୍ଟମୀ ପର୍ବ ନିମନ୍ତେ ଗୋଟିଏ ଦିନ ସ୍ଥାନୀୟ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପତ୍ର ଯୋଗେ ଏବଂ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ନିମନ୍ତେ ଅବଗତ କରାଯାଇଛି ।