କାକାର ଛୁରା ମାଡ଼ରେ ୧୨ବର୍ଷର ଝିଆରୀ ଗୁରୁତର ଆହତ

ଭଞ୍ଜନଗର, (କେପିଏନ୍‌ଏସ୍‌) : ୧୨ବର୍ଷ ବୟସର ଝିଆରୀକୁ କାକାର ଛୁରା ମାଡ଼ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗାଁର ଘରୋଇ କଳିରୁ ୧୨ବର୍ଷର ଝିଆରୀକୁ ସଂପର୍କୀୟ କାକା ଛୁରାମାଡ଼ କରିବାରୁ ତଣ୍ଟି ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରୁ ଝିଆରୀକୁ ଉଦ୍ଧାର କରି ନିକଟସ୍ଥ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତା‌ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଝିଆରୀର ନାମ ସନ୍ତୋଷିନୀ ବୋଲି ଜଣାପଡିଛି । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.