ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼ : ତିନି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୩ ଜଣକ ଭିତରେ ନିର୍ବାଚନକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କ ଅଧିକ ବଢ଼ିବାରୁ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ ଘଟଣା ଉଗ୍ରରୂପ ଧାରଣ କରିଥିଲା । ସେମାନେ ପରସ୍ପରକୁ ଛୁରିରେ ଆକ୍ରମଣ କରିଥିଲେ । ଫଳରେ ଘଟଣାରେ ସମ୍ପୃକ୍ତ ତିନିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆହତ ହୋଇଥିବା ତିନିଜଣ ଫୁଲବାଣୀ ମୁଣ୍ଡିଆ ସାହିର ହାପି ବେହେରା, ଜିରିଙ୍ଗିପଡ଼ା ଗୋପଳ ସାହିର ଶଶାଙ୍କ ପାତ୍ର, ଚିତ୍ରକୁଟ ସାହିର ସୂର୍ୟ୍ୟ ନାରାୟଣ ବଗର୍ତ୍ତି ବୋଲି ଜଣାପଡ଼ିଛି । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.