ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଉତ୍ୟକ୍ତ ଗାଁଲୋକେ

କେନ୍ଦୁଝର : ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଏଭଳି ଏକ କଙ୍ଗାରୁ କୋର୍ଟ ଘଟଣା ଘଟିଛି କେନ୍ଦୁଝରରେ । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଘରୁ ଟାଣି ଆଣି ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି । ମିଳିଥିବା ଖବର ଅନୁସାରେ କାଲି ସନ୍ଧ୍ୟାରେ ଗାଁର ଜଣେ ନାବାଳିକା ପଡ଼ୋଶୀ ଘରକୁ ଯାଇ ଅଭିଯୁକ୍ତ ନାବାଳିକାର ପାଟିକୁ ବନ୍ଦ କରି ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତକୁ ଘରୁ ଟାଣିଆଣି ଗାଁ କ୍ଲବ ପାଖ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଖବର ମିଳିଛି ।

Leave A Reply

Your email address will not be published.