ଅବ୍ୟବସ୍ଥା ଘେରରେ ଅନ୍ୱେଷା ଛାତ୍ରାବାସ

ତୁରେକେଲା, (କୈଳାସ ସଗ୍ରିଆ) : ଅବ୍ୟବସ୍ଥା ଘେରରେ ରହିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତର ୩୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ଛାତ୍ରାବାସ । ଅନ୍ୱେଷା ଛାତ୍ରାବାସରେ ଅନୁସୂଚିତ ଓ ଜନଜାତିର ଛାତ୍ରଛାତ୍ରୀ ରହି କଣ୍ଟାବାଞ୍ଜି ସହରର ବିଭିନ୍ନ ବିଦ୍ୟାଳୟକୁ ଦୈନିକ ପାଠ ପଢିବା ପାଇଁ ଯାଇଥାନ୍ତି । ଉକ୍ତ ଅନ୍ୱେଷା ଛାତ୍ରାବାସ ଅଧାପନ୍ତରିଆ ଭାବେ ପଡ଼ିରହିଛି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ନିମ୍ନମାନର ଏବଂ ଅଧାପନ୍ତରିଆ କାର୍ଯ୍ୟ ହୋଇଛି । ଛାତ୍ରାବାସ ପଡିଆ ଗାଢୁଆ ହୋଇଥିବା ହେତୁ ମୁରୁମ୍ ମାଟି ପକାଇ ସମତଳ କରାଗଲେ ଛାତ୍ରଛାତ୍ରୀ ଖେଳକୁଦ କରିବା ପାଇଁ ସୁବିଧା ଜନକ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଛାତ୍ରାବାସରେ ଦୁଇଟି ସିକ୍ୟୁରିଟି ଗାର୍ଡର ସୁବିଧା ଦିଆଗଲେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଏଠାରେ ଅନାବନା ଛୋଟ ଛୋଟ ବୃକ୍ଷ ଲତା ସବୁ ଭରି ରହିଛି ତାହା ସବୁ ସଫା କରାଯାଉ ବୋଲି ଦାବୀ ହୋଇଛି ଉକ୍ତ ଅନ୍ୱେଷା ଛାତ୍ରାବାସରେ ବାଳକମାନେ ୩୦୦ ଜଣ ଓ ବାଳିକା ମାନେ ୯୮ ଜଣ ରହିଥିବା ବେଳେ ୩୯୮ ଛାତ୍ରଛାତ୍ରୀମାନଙ୍କୁ ୮ ଜଣ କର୍ମଚାରୀ ବୃନ୍ଦ ରହିଛନ୍ତି । ପିଲାମାନଙ୍କୁ ସମ୍ଭାଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତିନି ଜଣ ଟ୍ୟୁସନ୍ ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ତୁରନ୍ତ ତିନୋଟି ଟ୍ୟୁସନ୍ ଶିକ୍ଷକ ଯୋଗାଇ ଦିଆଗଲେ ଛାତ୍ରଛାତ୍ରୀମାନେ ପାଠ ପଢିବାରେ ସୁବିଧା ହୋଇପାରନ୍ତା । ବେଳେ ବେଳେ ବିଦ୍ୟୁତ୍ କାଟ୍ ହେତୁ ପାଣିର ସମସ୍ୟା ରହିଥିବାରୁ ଦୁଇଟି ନଳକୂପ ତୁରନ୍ତ ଯୋଗାଇଦେବା ବ୍ୟବସ୍ଥା କରାଯାଉ ବୋଲି ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସମେତ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.