ମହଖଣ୍ଡରେ ୪୨ତମ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ଯୁବ ଛାତ୍ରଛାତ୍ରୀ ସମ୍ବିଳନୀ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୪୨ତମ ଯୁବ ଛାତ୍ରଛାତ୍ରୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସମାଜସେବୀ ଜ୍ଞାନ ପ୍ରସାଦ ସିଂ ମଞ୍ଚରେ ଆସୀନ ରହି ସାରା ଭାରତ ବର୍ଷରେ କ୍ଷତ୍ରୀୟମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମହଖଣ୍ଡ ଗ୍ରାମର ଦୁଇସହରୁ ଅଧିକ ଯୁବକ ବିଭିନ୍ନ କ୍ଷତ୍ରୀୟ ବେଶ ପୋଷାକ ସହିତ ବିଭିନ୍ନ ଅସ୍ତ୍ର ଖଣ୍ଡା ଗଦାରେ ସଜ୍ଜିତ ହୋଇ ମହଖଣ୍ଡ ଦେବୀ ପୀଠରୁ ମଶାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ । ଏ ଅବସରରେ ପ୍ରଥମ ଶ୍ରେଣୀଠାରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏ ସାତ ଗୋଟି ପେଣ୍ଡାଲରେ ନୂଆପଡା ଜିଲ୍ଲା ସହ ବଲାଙ୍ଗିର ଜିଲ୍ଲାର ଆଂଶିକ ଛତିଶଗଡ ରାଜ୍ୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବକୃତା, ଗୀତ, ଚାଣକ୍ୟ ଶ୍ଳୋକ, ଗୀତା ଶ୍ଳୋକ ରାମଚରିତ ମାନସ, ଲିଖିତ ସାଧାରଣ ଜ୍ଞାନ, ଏକକ ଅଭିନୟ, ହାସ୍ୟ ଅଭିନୟ, ଝୋଟି ପ୍ରତିଯୋଗିତା, ଚିତ୍ରାଙ୍କନ, ବିଜ୍ଞାନ ଓ ବୈଷୟିକ ମେଲା, ରେକର୍ଡ ଡ୍ୟାନ୍ସ ଖଣ୍ଡା ଗଦା, ଲାଠିଚାଳନା ଓ ବ୍ୟାୟାମ ଲକ୍ଷ୍ୟ ଭେଦ ପ୍ରତିଯୋଗିତାମାନଙ୍କରେ ଭାଗ ନେଇଥିଲେ ଓ ବିଭିନ୍ନ ବିଭାଗ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖଡିଆଳ ପାଟଣା କ୍ଷତ୍ରୀୟ ସମାଜରେ ୩୦ ଗୋଟି ଅଂଚଳ ସମସ୍ତ କର୍ମକର୍ତାମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.