om academy

ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

jsm

ଗଞ୍ଜାମ: ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି କାରଣରୁ ଶୁକ୍ରବାର ଜଣେ ଛାତ୍ର ସାଥୀରେ ଏକ ଛୁରି ନେଇ ସ୍କୁଲକୁ ଆସିଥିଲା । ସ୍କୁଲ ପରିସରରେ ଉକ୍ତ ଛୁରିରେ ଅନ୍ୟ ଛାତ୍ରଙ୍କୁ ଭୁସି ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.