କଲରାପତରିଆ ବାଘ ଛାଲ ଜବତ : ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୁତ କେନାଲ ରାସ୍ତାରୁ କଲରାପତରିଆ ବାଘ ଛାଲ ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡ଼କାମି, ପେଣ୍ଟା ମାଡ଼କାମି ଓ ଦୁଲା ମାଡ଼କାମି ଏକ ମୋଟର ସାଇକେଲ୍ ଯୋଗେ ବାଘ ଛାଲ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲା । ଜବତ ହୋଇଥିବା ବାଘ ଛାଲର ଲମ୍ଵ ୧.୧୩ ମିଟର ହୋଇଥିବା ସୂଚନା ମିଳିଛି । ଏହି ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ମାଲକାନଗିରି ଡିଏଫ୍‌ଓ କହିଛନ୍ତି ।

Leave A Reply

Your email address will not be published.