ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ସ୍କୁଲ ଭିତରେ ଚେତାଶୂନ୍ୟ ହୋଇ ମୃତ୍ୟୁବରଣ କଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସବୁ ଦିନ ଭଲି ଆଜି ମଧ୍ୟ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିଲେ । ବିଦ୍ୟାଳୟରେ ଚାଲିଥିଲା କୁଇଜ୍‌ କନ୍‌ପିଡିସନ୍‌ । ଛାତ୍ରୀ ଜଣକ କୁଇଜ୍‌ କନ୍‌ପିଡିସନ୍‌ରେ ଭାଗ ନେଇ ବସିଥିବା ବେଳେ ଅସୁସ୍ଥତା ଅନୁଭବ କଲେ ଏବଂ ପରେ ଚେତାଶୂନ୍ୟ ହୋଇ ତଳେ ପଡିଗଲେ । ବିଦ୍ୟାଳୟର ଶିକ୍ଷକମାନେ ତାଙ୍କୁ ଚିକିତ୍ସି ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଖୁଜେନବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ବର୍ଷା ମହାନନ୍ଦଙ୍କ ମୃତ୍ୟୁ ଖବର ପ୍ରସାରିତି ହେବା ପରେ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ହଠାତ ଛାତ୍ରୀଙ୍କ ମୃତ୍ୟ କେମିତି ଘଟିଲା, ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଂଚିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.