ଆବାସ ଗୃହ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ଚେତାବନୀ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ୭୫୦ ଜଣ ଆବାସ ଯୋଜନା ହିତାଧିକାରୀ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ମଧ୍ୟ ଘରକାମ ଆରମ୍ଭ କରି ନାହାନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ୨୧୮ ଜଣ ହିତାଧିକାରୀ ଘରକାମ ଆରମ୍ଭ କରି ନଥିବାରୁ ପବ୍ଲିକ ଡିମାଣ୍ଡ ରିକୋଭରି ଆଇନ ଅନୁଯାୟୀ ଆଗଲପୁର ବିଡିଓ ମହାପାତ୍ର କୁଲଦୀପ ମହାନ୍ତି ଆଗଲପୁର ତହସିଲଦାରଙ୍କ ନିକଟରେ ସାର୍ଟିଫିକେଟ କେସ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆଗଲପୁର ତହସିଲଦାର ଘରକାମ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ପ୍ରଥମେ ୩୦ ଦିନର ସମୟ ଦେଇ ନୋଟିସ ଜାରି କରିବେ । ନୋଟିସ ଜାରି କରିବା ୩୦ ଦିନ ମଧ୍ୟରେ ଘରକାମ ଆରମ୍ଭ ନ କଲେ ଆଇନ ଅନୁସାରେ ପ୍ରଥମ କିସ୍ତି ଟଙ୍କା ଆଦାୟ କରିବେ । ଏହାକୁ ବେଖାତିର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ ମଧ୍ୟ କରାଯାଇପାରେ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.