oom

ଦାବୀ ପୂରଣ ନହେଲେ ମାଟ୍ରିକ ଖାତା ମୂଲ୍ୟାୟନରେ ତଥା ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପାଇଁ ସରକାରଙ୍କୁ ଚେତାବନୀ ଦେଲା ଓଷ୍ଟା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷକମାନଙ୍କ ଦାବୀ ସରକାର ଯଦି ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ପୂରଣ ନକରନ୍ତି ତେବେ ଆଗାମୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସଂକଳ୍ପ ସମାବେଶ ଭଳି ଚରମ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏପରିକି ଆଗାମୀ ସମୟରେ ମାଟ୍ରିକ ଖାତା ମୂଲ୍ୟାୟନ କାର୍ଯ୍ୟକୁ ବର୍ଜନ କରିବା ସହିତ ଆଗାମୀ ନିର୍ବାଚନ ପରିଚାଳନା କାର୍ଯ୍ୟରେ ସହଯୋଗ କରିବୁ ନାହିଁ ବୋଲି ଓଷ୍ଟା ପକ୍ଷରୁ ସରକାରଙ୍କୁ ଚରମ ଚେତାବନୀ ଦିଆଯାଇଛି । ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟା ବଲାଙ୍ଗିର ଜିଲ୍ଲା ସଭାପତି ଅବନୀ କୁମାର ସାହୁ, ସାଧାରଣ ସଂପାଦକ କୁଶଧ୍ୱଜ ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପୁଟେଲ, ରାଜ୍ୟ ଉପସଭାପତି ସୁଧୀର କୁମାର ନାଏକଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ରାଜ୍ୟ ଓଷ୍ଟା ଆହ୍ୱାନରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ଶହ ଶହ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସାମିଲ୍‌ ଅଛନ୍ତି । ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରି ଧାରଣା ଜାରି ରହିଛି । ଅନୁଦାନରୁ ବଂଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ଶିକ୍ଷକମାନଙ୍କ ପାଇଁ ପେନ୍‌ସନ୍‌ ଓ ଅବସରକାଳୀନ ସୁବିଧା, ସବୁ ବିଦ୍ୟାଳୟକୁ ସରକାରୀକରଣ, ଖାଲି ପଡ଼ିଥିବା ପଦବୀ ପୂରଣ, କୋର୍ଟ ରାୟକୁ କାର୍ଯ୍ୟକାରୀ କରିବା ଓ ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବୀକୁ ନେଇ ରାସ୍ତାକୁ ଓହ୍ଲାଇଛି ଓଷ୍ଟା ।

jittmm
Leave A Reply

Your email address will not be published.